ଉତ୍କଳ ଦିବସ - ଏ ପି ଶୁଭକାନ୍ତ

0
କାହିଁ କେତେ କାଳୁ
ଜନମିଥିଲା କେଜାଣି,
ବ୍ରିଟିଶ ଶାସନ କାଳେ
ଭାଗହେଲା ପୁଣି।
ହିନ୍ଦୀ ତେଲୁଗୁ ବଙ୍ଗାଳୀ
କଲେ ଅବହେଳା,
ପରିଚୟ ପାଇଁ ଲଢ଼ିଛି
ଆସିଛି ସେ ବେଳା।
ଓଡ଼ିଆ ଭାଷା ଇତିହାସ
କରିବାକୁ ବିଲୟ,
ବଙ୍ଗାଳୀ ମିତ୍ର କହିଲେ
"ଉଡିୟା ଏକଟି ସ୍ବତନ୍ତ୍ର ଭାଷା ନୟ"।
ରଥ ସେନାପତି
କୃଷ୍ଣଚନ୍ଦ୍ର ମଧୁବାବୁ,
ଗଢିତୋଳିଲେ ଭାଷାକୁ
ଉତ୍ସର୍ଗ କରି ସବୁ।
୧୯୩୬ ଅପ୍ରେଲ
୧ ତାରିଖରେ,
ଫେରିପାଇଲା ପରିଚୟ
ଓଡ଼ିଶା ରୂପରେ।
ଦେଖୁ ଦେଖୁ ବିତିଲାଣି
ତାକୁ କେତେ ଦିନ,
ଆଜି ବି ମୋ ଭାଷା ପାଇଁ
ବ୍ୟସ୍ତ ହୁଏ ମନ।

Post a Comment

0Comments
Post a Comment (0)