
ଚକ୍ଷ୍ୟୁ ହୀନ ବିବେକ ମୋ
ଡେଣା ଲଗା ମନ
ଅସମାପ୍ତ ସପନକୁ
ଅଦେଖା ଦହନ ।
ଦିନ ସରେ ରାତି ମରେ
ମରେନାହିଁ ଭୋକ
ଅନ୍ତହୀନ ଏ କାମନା
ଅସମାପ୍ତ ଶୋକ ।
ସ୍ବେଚ୍ଛାକୃତ ଅବଦାନ
ଅହଙ୍କାର ଗର୍ବ
ଅଦୃଶ୍ୟ ଶକ୍ତି ପାଖରେ
ସବୁ ହୁଏ ଖର୍ବ ।
ନିଜ କଥା ପର କଥା
ଭାବି ଯାଏ ଦିନ
କେତେ ଜିଇଁ କେତେ ମରେ
ମନର ସପନ ।
ଶ୍ରେଷ୍ଠ ଏଠି ନଷ୍ଟ ହୁଏ
ହଜାଇ ବିବେକ
କଷ୍ଟ ହୁଏ ଏମନରେ
ସରେ ନାହିଁ ଶୋକ - - - -
ସିଦ୍ଧେଶ୍ବର ତ୍ରିପାଠୀ
