
ସିଂହ କଟୀ ଉପତ୍ୟକା କରେ ଶିଖୀ ନୃତ୍ୟ
ଉତ୍ତୁଙ୍ଗ ଶିଖରେ ଯା'ର ଶୋଭଇ ତୁଷାର ,
ପ୍ରତିଧ୍ୱନୀ ଆତଙ୍କ ର ସନ୍ତ୍ରାସ ଆବୋଶ
ହିମଗିରି ପୀନବକ୍ଷେ ଗଳଇ ରୁଧିର ।।
କୋଦଣ୍ଡ ର ଅଗ୍ରେ ଜେନହେ ମୂଷଳ ସ୍ଫୁଲିଙ୍ଗ
ପ୍ରତି ସୃଷ୍ଟି ନେତ୍ରୁ ଝରେ ଲୋତକ ଭୂମା ର ,
ରାଷ୍ଟ୍ରଶୋକ ସାକ୍ଷୀ ହୁଏ ସେହି ଅଶ୍ରୁ ଧାରେ
ବ୍ୟୋମଜାନେ ଶୋଭିତ ଯେ ଗଗନ ମଣ୍ଡଳ ।।
ବିଶାଳ ସମର ସଜ୍ଜା ବ୍ୟାପ୍ତ କରି
ଆଗୁସାର ହୁଏ ସୈନ୍ୟ ଶକୁନ ପରାୟେ ,
ତୈଳ ପୂର୍ଣ୍ଣ ପାତ୍ରେ ପ୍ରଦୀପ ପ୍ରଜ୍ଜ୍ଵଳି
ପ୍ରତିକୋଣୁ ସ୍ୱର ଶୁଭେ ଆତଙ୍କ ବିପକ୍ଷେ ।।
ଚର୍ଚ୍ଚାରେ ଆତଙ୍କୀ ଲାଂଛିତ ,ଘୃଣିତ ,
ହୁଏ ପଦ ପ୍ରହାର ର ପାତ୍ର ,
ଚର୍ଚ୍ଚାରେ ଶହୀଦ ପାଏ ପୁଷ୍ପ ଗୁଛ
କୋଟି କୋଟି ନମନ ଶତ ଶତ ହୃଦୟ ର ।।
ଚତୁର୍ଦ୍ଦିଗ ରେ ଆତଙ୍କ ଧୂମ୍ର କୁଣ୍ଡଳୀ ଆଚ୍ଛନ୍ନ
ବିସ୍ଫୋରଣ ଘଟେ ତମସା ରାତ୍ରୀରେ ,
ମୃତ୍ୟୁ ବିଭୀଷିକା ଆଣେ ଉନ୍ମାଦନା
ଉଷ୍ମ ରକ୍ତ ଖେଳେ ସ୍ନାୟୁକୋଷିକାରେ ।।
ଧୂ ଳି ର ଧରଣୀ ସିକ୍ତ ହୁଏ ରକ୍ତ ସ୍ନାନେ
ପ୍ରତିବିମ୍ବ ବିଦ୍ଧ କରେ ପ୍ରତିଟି ହୃଦୟେ ,
ଶହୀଦଯବାନ ର ଜୀବନ ଦୀପ
ଲିଭିବା ପରେ ବି ଜଳେ ଶବ୍ଦ ସ୍ୱର ମଧ୍ୟେ ।।
****************
ସିପ୍ରା ନାମତା ,ନମ୍ରତା
ବାରିପଦା
20 -2-19
Sent from my MI MAX 2
