
ନିହିତ ତାର ଦରୋଟି ଭାଷା
ନିହିତ ଯହିଁ ବିରାଟ ଆଶା
ସେ ଅଟେ ପରା ଶିଶୁ ||
ତାର କଲ୍ୟାଣେ ଜୀବନ ବରି
କରୁଣା ଗଂଗା ନୟନୁଁ ଝରି
ମହତ ଆଶା ମରମେ ବରି
ହସାଇ ସାରା ଦେଶୁ
ଶିକ୍ଷା ଆଲୋକେ ଦେବାରେ ତାରେ
ଦେଶ ପ୍ରଗତି ଅଛି ଯହିଁରେ
ସୁନା ଅକ୍ଷରେ ନାମ ମହୀରେ
ରଖିବା ସିଏ ଦିନେ ||
ସେ ହେବ ଦିନେ ଜନନାୟକ
ସମାଜସେବୀ ଅବା ଶିକ୍ଷକ
ସୀମାନ୍ତରଖି ଅବା ସୈନିକ
ହୋଇବ ରହି ମନେ ||
ମୂଷାବଣୀ ବିଦ୍ୟାଳୟ ,ରାଇରଙ୍ଗପୁର, ମୟୁରଭଞ୍ଜ .
Mobile Number - 9438745662
