
ଦେଖ ରେ ଦେଖ ରେ ଫଗୁ ଦଶମୀ ରେ
ସରଗୁ ଖସିଲା ପରିରଙ୍ଗ ଅବିର ରେ ଭରି ଛି ଶରୀର
ଝଟକୁଛି ତାରା ପରି
ଗାଲରେ ବୋଳି ଛି ଲାଲ ରଙ୍ଗ ଛିଟା
କେଶରେ ଭରି ଛି କଳା
ମୀନ ନୟନରେ ନୀଳ ରଙ୍ଗ ନେଇ
ଶରିର ହଳଦୀ ବୋଳା
ଓଠରେ ନେଇଚି ଗୋଲାପ ର ରଙ୍ଗ
ହସୁ ଅଚି କିରି କିରି
ସଫେଦ ମନରେ ମୁରୁକି ହସୁଛି
ଡାକୁ ଅଛି ହାତ ଠାରି
କୁଆଁ କୁଆଁ ଡାକି ପରିଜନ ପାଶେ
ଜଣାଏ ଅଭିନନ୍ଦନ
ସlତ ରଙ୍ଗ ନେଇ ଭିଜାଇ ଦେବି ମୁଁ
ତୁମ ସଭିଙ୍କ ଜୀବନ
ସେହି ଟିକି ପରି ବଡ଼ ହୋଇ ଏବେ
ବୋଲାଇ କୁ ମନ ରାଣୀ
ରୂପରେ, ଗୁଣରେ, କଥାରେ କାମରେ
ସବୁ ମନ ନିଏ କିଣି
ଧନ୍ୟ ସେ ବିନ୍ଧାଣି ଯାତ ନେ ଗଡିଛି
ଅଭାବ ରହିନି କିଛି
କୋଟି ଧନ୍ୟ ସେହି ଭାଗ୍ୟବାନ ଟିଏ
ଜୀବନ ସାଥି କରିଛି
ଠାକୁର ଙ୍କ ପାଶେ କରୁଅଛି ଅଳି
ସଦା ସୁହାଗନ ରହୁ
ଆତ୍ମୀୟ ସ୍ଵଜନେ ପରିଜନ ପାଶେ
ନିତି ଖୁସି ବାଣ୍ଟୁ ଥାଉ
କୁମୁଦିନି ବେହେରା, ଅନୁଗୋଳ
