ଋତୁ ମାଳମାଳ - ପ୍ରତାପ ନାୟକ

0
ସେଦିନ ପଖାଳ .....
ଯାଇଛିଲୋ ସଜନୀ !
ଅନାବନା କିଆରିରେ 
ଋତୁ ମାଳମାଳ....
ରୁଆ ପୋତା ହୁନ୍ଦରରେ
ଦୋଳି ଖେଳେ ଏ କାଳ ଫଗୁଣ .....
ଅସୁମାରୀ ଖରାବେଳ 
ଚାଟିଯାଏ ମୋ ପିଠି 
ମୋ ଆଖି ମୋ ଅବୟବ....
ଖଟା ଧକ୍କାରର ତୁଣ୍ଡ 
ହେଣ୍ଡିମାରେ ଆମ୍ବ ଟାକୁଆରେ...
ତୋ ବେଣୀର ଗନ୍ଧ !
ଫୁରୁକୁଟିଆ
ମୋ ନସରପସର ଝାଳର ବି ଗନ୍ଧ 
ସେମିତି ସେମିତି....
ଉଲୁଗୁଣାର ହାତ ପାହାନ୍ତା ସମ୍ବୋଧନ 
ମୂର୍ଧନା ସଜାଏ ଫଟାରସିକର .....
ଯେମିତି ଲହରେଇ ଯାଏ ମଳୟ 
ଅନାବନା ଆମ କିଆରିରେ...
ସେକାଳ ପଖାଳ ଯାଇଛିଲୋ ସଜନୀ
ଏଠି ଖାଲି ଋତୁ ମାଳମାଳ 
ଋତୁ ମାଳ ମାଳ.....

Post a Comment

0Comments
Post a Comment (0)