
ଆସିଥିଲୁ ଦିନେ ଏଧରା ପୃଷ୍ଟକୁ
କରିବାକୁ ଲୀଳା ଖେଳା
ବନ୍ଧୁରେ କରିବାକୁ ଲୀଳା ଖେଳା....
ଏତେ ସପନକୁ ରାତି ନାହିଁ ବୋଲି
ହେଲୁ ତୁହି ବାଟବଣା
ବନ୍ଧୁରେ ହେଲୁ ତୁହି ବାଟବଣା....
ସରମ ଘରେ ତୋ ମରମ ଜଳୁଛି
ହେଉଛୁ ତୁ ଛଟପଟ
ବନ୍ଧୁରେ ହେଉଛୁ ତୁ ଛଟପଟ ....
ଅଝଟ ଛାଟିଆ ବାଜେରେ ତୋ ଠେଇଁ
କରୁ ଆଖି ମଟମଟ
ବନ୍ଧୁରେ କରୁ ଆଖି ମଟମଟ.....
ଛପନ ଛାନିଆଁ ଛାତି ବିଦାରୁଛି
କାହିଁ କରୁ ଏତେ ଆଣ୍ଟ
ବନ୍ଧୁରେ କାହିଁ କରୁ ଏତେ ଆଣ୍ଟ....
ବାରଶ ମଣିଆଁ ସଜେଇ ହଉଛି
ଭାଙ୍ଗିଯିବ ସବୁ ଦମ୍ଭ
ବନ୍ଧୁରେ ଭାଙ୍ଗିଯିବ ସବୁ ଦମ୍ଭ....
ଛୋପରି ମାଉସୀ ହଉଛି ଦରାଣ୍ଡି
ଫେରିଯିବ ତାର ପାସ
ବନ୍ଧୁରେ ଫେରିଯିବ ତାର ପାସ ....
ମଢାମଢା ବୋଲି କେତେ ଯେ ବାରିବେ
ହବନି ତୋର ବିଶ୍ୱାସ
ବନ୍ଧୁରେ ହବନି ତୋର ବିଶ୍ୱାସ.....
ସୁଧୁରି ଯାଆରେ ଦିନ ଥାଉଥାଉ
ହସିଖେଳୁଥାରେ ମନ
ବନ୍ଧୁରେ ହସିଖେଳୁଥାରେ ମନ.....
ମରଣ ବାୟାଣୀ ହାତ ଠାରିଲାଣି
ଆସିଧରିବତୋ କାନ
ବନ୍ଧୁରେ ଆସିଧରିବତୋ କାନ.....
ବନ୍ଧୁରେ....ଆସିଧରିବତୋ କାନ.....
ବନ୍ଧୁରେ....ଆସିଧରିବତୋ କାନ.....
