
ଜ୍ଞନର ପ୍ରସାର, ଜ୍ଞାନର ପ୍ରଚାର,
ଜ୍ଞାନ ଶରଞ୍ଚନା ପାଇଁବଣ ମଲ୍ଲି ଧରି ସୁଧାର ଅଞ୍ଜଳି
ଫୁଟି ବାସ ମହକଇ.. I
ବୃନ୍ତରୁ ପାଖୁଡା ନାନା ରଙ୍ଗେ ଭରା
କବି ଲେଖକ ଙ୍କ କୃତୀ
ଶିକ୍ଷା ସଂସ୍କୃତି ଓ ଭାଷା ସମୃଦ୍ଧିର
ବାର୍ତ୍ତା ବହ ମନ୍ତ୍ର ମୂର୍ତ୍ତୀ l
ଉତ୍କଳ ଗୌରବ ଉତ୍କଳ ସୌରଭ
ଉତ୍କଳୀୟ ଭାବ ଧାରା
ନିତ୍ୟ ନୈତିକ ର ପ୍ରାକୃତିକ ଶୋଭା
ଅରୁପ ବେଶ ପସରା..
ଧି.. ତମ୍.. ତମ୍ ମର୍ଦଳ ର ତାଳେ
ଛାନ୍ଦ ରାଗ ଓ ରାଗିଣୀ
ରସ ରଙ୍ଗେ ଭରା ଗଳ୍ପ ଉପନ୍ୟାସ
ସମଲ ପୁରୀଆ ନନୀ
ଉତ୍କଳ ର ପଲ୍ଲୀ ପ୍ରାଣର ମହକ
ସାଂସ୍କୃତିକ ପରମ୍ପରା
ଉଜ୍ଜିବିତ କରି ବାଣ୍ଟୁ ଥାଏ ନିତି
ମହକିତ କରି ଧରା.. I
ଦୂରଭାଷ ବାର୍ତ୍ତା, ଗଳ୍ପ ଓ କବିତା
ପ୍ରତିଭା ର ପରିଚୟ
ଓଡ଼ିଆ ଙ୍କ ଦୀପ୍ତି, ଓଡ଼ିଆ ସଂସ୍କୃତି
କରି ଅଛି ବିଶ୍ୱ ମୟ
ରହି ରହିଥିବା ଜ୍ଞାନ ଦ୍ରୁମସାଜି
ପିଢ଼ି ପରେ ପିଢ଼ି କାଳ
ଧନ୍ଯ ସେ କର୍ମଠ କର୍ତ୍ତବ୍ଯ ନିଷ୍ଠା ରେ
ଜୀବନ୍ୟାଶେ ପେଷି ବଳ.. I
କୁମୁଦ ଚନ୍ଦ୍ର ଦଳେଇ
ଠିକଣା - ପୋଲସରା ଗଞ୍ଜାମ୍
ମୋ 9861889305
