
ପ୍ରକୃତି ନିୟମ ବିଚିତ୍ର ବିଧାନ
ସ୍ରୁଷ୍ଟି ପାଇଁ ଅଟେ ବଡ଼
ବୀଜ ହୁଏ ଚାରା ଚାରା ହୁଏ ବୃକ୍ଷ
ଫୁଲ ଧରେ ଫୁଲ କଢ଼
କାଳର ସ୍ରୋତରେ ଭାସୁଥାନ୍ତି ସର୍ବେ
କର୍ମ ଫଳ କୁ ଆଦରି
ନିୟମ ରେ ସର୍ବେ ବନ୍ଧା ହୋଇଥାନ୍ତି
ଯାଉ ଥାନ୍ତି କର୍ମ କରି
ସ୍ରୁଷ୍ଟି ସ୍ଥିତି ଅଉ ବିଲୟ କୁ ନେଇ
ଚାଲି ଥାଏ ଅହରହ
ପରିବର୍ତ୍ତନର ନିୟମରେ ବନ୍ଧା
କିଏ ଚିରସ୍ଥାୟୀ କହ
ଅତୀତ କଥା କୁ ଭାବି ବସେ ଯିଏ
ସେହି ଟି ବଡ ଅଜ୍ଞାନୀ
ଆଜି ଯାହା ଅଛି କାଲିକି ନଥିବ
ବଦଳୁଥିବ ସେ ପୁଣି
ଏ ସ୍ରୁଷ୍ଟି ର ଯେତେ ପ୍ରାଣୀ ଓ ଉଦ୍ଭିଦ
ନିୟମ ରେ ସର୍ବେ ବନ୍ଧା
ପ୍ରକୃତି ନିୟମ ବ୍ୟତିକ୍ରମ କଲେ
କାଳ ଫାଶେ ହେବ ବନ୍ଧା
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305
