
ଦୁଃଖ ମୋର ଅତି ନିଜର
ମୋ ପାଇଁ ପର କିଏ ?????
ପୁରୁଣା କଥା କିଏ ବା କାହିଁକି ମନେ ପକେଇବ
ଦୁଃଖ କଥା କୁ ବାରମ୍ବାର ମନେପକାଇବାକୁ
କାହାକୁ କଣ ଭଲ ଲାଗେ.....????
କାହାକୁ କଣ ଭଲ ଲାଗେ.....????
ସତରେ ତମେ ମନେପଡିଲେ
ଝରଣା ଝର ଝରିଯାଏ ମୋ ମନ ଭିତରେ
ସେତେବେଳେ ମୁଁ ନିଜକୁ ନିଜେ ଚିହ୍ନିପାରେନା
କେବେ ତୁମେ ସତରେ ଆସନ୍ତ
ଦଲକାଏ ଥଣ୍ଡା ପବନ ପରି
ଦଲକାଏ ଥଣ୍ଡା ପବନ ପରି
ମୋର ଏ ଗ୍ରୀଷ୍ମ ସମ ଜୀବନରେ
ଆଷାଢ଼ ର ପ୍ରଥମ ବାରିପାତରେ
ଆଷାଢ଼ ର ପ୍ରଥମ ବାରିପାତରେ
ଶୀତଳ ହେଇଯାଏ ମୋର ସବୁ କିଛି
ମୁଁ ବି କିଛି ଖୋଜିବାରୁ ନିବୃତ୍ତ ହୁଅନ୍ତି
ମୁଁ ବି ଅହରହ ଘୁରିବାରୁ ମୁକ୍ତି ପାଆନ୍ତି-
ରୀତା ଅପରାଜିତା ମହାନ୍ତି
ପ୍ଲଟ ନ-୮୩(ସି)ଆମ୍ରପଲ୍ଲୀ
ଭୁବନେଶ୍ୱର -୨୧, ମୋ -୯୩୩୮୫୮୪୮୫୭
