
ରାସ୍ତାକଡର କେଉଁଏକ କୋଣେ
ପଡିଛି ଅସଜଡା ମଣିଷଟିଏ
ଅଲରା କେଶ ଧୁଳି ମାଟି ଭରା
ଦେହେ ଯନ୍ତ୍ରଣା ବାରି ହୁଏ
ସାତ ସିଆଁ ଲୁଗା ପଡିଛି ବଦନେ
ଦିଶି ଯାଏ ଛାତି ପେଟ
ଲୋଭିଲା ଆଖି ରହି ଯାଏ କ୍ଷଣେ
ଜାଗେ ମାଂସର ବିଳାପ
ବସିପଡୁଛି ସେ ଚାହୁଁଛି ବିକଳେ
ଦିଶିଯାଏ ତା ନୀରିହ ଆଖି
ପେଟର କ୍ଷୁଧା ତାଡନାରେ ତାର
ବଦନେ ହଜିଛି ଜ୍ୟୋତି
ନିତି ଦିନ କଥା ତା ଜୀବନ ପଥେ
ରାସ୍ତା କଡ ହିଁ ସାଥି
ସଂଜ ନଇଁଗଲେ ମଦୁଆଙ୍କ ଭିଡେ
ବିକଳେ ବିତେ ତା ରାତି
ପୁଳା ପୁଳା ମାଂସ ନିଅନ୍ତି ଭିଡି
ରହିରହି ଶୁଭେ ଆର୍ତ୍ତ ଚିତ୍କାର
କାମାଗ୍ନି ଶିଖାରେ ଦିଅନ୍ତି ପୋଡି
ତାର ସେ ଅଲୋଡା ଶରୀର
ରାତିପାହିଲେ ପ୍ରକାଶ ଆଲୋକେ
ଦିଶିଯାଏ ତା ମୂଖ
ଭିଡ ସହରର କେଉଁ ଏକ ପାଖେ
ଖୋଜୁଥାଏ ତା ଅସ୍ତିତ୍ବ।
ଜମ୍ବେଶ୍ଵରପୁର,ବାଲେଶ୍ଵର
ମୋ - ୯୩୩୭୬୮୧୫୨୪
