
ଏଘର ମାଉସୀ ସେ ଘର ପିଉସୀ
ନେତା ଛାଡିଲେଣି ରଡି
ଅହି ନକୁଳରେ ଯିଏ ଗଣା ଥିଲେ
ଆଜି ତାଙ୍କ ନୂଆ ଯୋଡି ।
ଆସିଲେଣି ଅଣ୍ଟା ଭିଡି
ଦଳୀୟ ଟିକେଟ ଖଣ୍ଡୀଙ୍କ ମିଳିଲେ
ସୁପ୍ରିମୋଙ୍କ ପାଦେ
ଆନନ୍ଦରେ ଯିବେ ଗଡି ।
ସାତ ଆସନକୁ ସତୁରି ଆଶାୟୀ
ସବୁ ଛାତି ଧଡଧଡ
କାହାକୁ ଶୀତଳ
କର ଏବେ ତୁମେ
ସବୁ ଏଠି ନିଆଁ ରଡ ।
ଉଠି ରାଜନୀତି ଝଡ
ବାପ ପୁଅ ଆଉ
ଶଳା ଭିଣୋଇଙ୍କ
ମଝିରେ ପକାଏ ବାଡ ।
ପକେଇଲା ଛେପ ପୁଣି ଚାଟନ୍ତି
ମୁଣ୍ଡି ମୁଣ୍ଡି ମୁଣ୍ଡିଆଳ
କ୍ଷୀର ନିର ଏଠି ଟିକିଏ କଥାରେ
ହୋଇଯାଏ ଦୁଇ ଫାଳ ।
ଏତ ରାଜନୀତି ଖେଳ
କାହା ପାଇଁ ସାଜେ ସୁନାର ମୁକୁଟ
କାହା ପାଇଁ ହୁଏ କାଳ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
