ଚକାନୟନ ହେ କ୍ଷମାକର - ସିଦ୍ଧେଶ୍ଵର ତ୍ରିପାଠୀ

0

ଦୁନିଆ ଦାଣ୍ଡରେ ହାରିଗଲା ପରେ
ଗର୍ବ ଅହଙ୍କାର ଭାଙ୍ଗିଯାଏ
ମିଛ ଏ ଦୁନିଆ ଖାଲି ମୋହ ମାୟା
ସ୍ୱାର୍ଥ ସରିଗଲେ କାହାର କିଏ
ଅହମିକାରେ ଜୀବନ ହେଲା ଅନ୍ଧାର

ଚକା ନୟନହେ କ୍ଷମା କର
ତୁମବିନା କେହି ନୁହେଁ ନିଜର
ଚକା ନୟନହେ କ୍ଷମା କର
ତୁମ ବିନା କେହି ନୁହେଁ ନିଜର - - - -

ଧନ ଗଉରବ ପ୍ରେମ ପୀରତି
ମିଛ ହିସାବର ଲାଭ କ୍ଷତି
ଯଶ ଅପଯଶ ପ୍ରାପ୍ତି ଅବଶୋଷ
ମିଛ ଆଖି ଲୁହ ମିଛ ଓଠ ହସ
ଆଖିଦେଖା ସୁଖ ସବୁ ସତ ଜହର

ଚକା ନୟନହେ କ୍ଷମା କର
ତୁମ ବିନା କେହି ନୁହେଁ ନିଜର
ଚକା ନୟନହେ କ୍ଷମା କର
ତୁମବିନା କେହି ନୁହଁ ନିଜର - - - - -

ଶଇସବ ଶିଖୁ ଶିଖୁ ଗଲା
କିଶୋର ରେ ଅହମିକା ବଢ଼ିଲା
ଯଉବନେ ମାତି ଗଲା ଦିନ ରାତି
ବୁଝି ପାରିଲିନି କିଛି ଲାଭ କ୍ଷତି
ମନ ସାଥେ ଏ ବିବେକ ଅନ୍ଧ ମୋର

ଚକା ନୟନହେ କ୍ଷମା କର
ତୁମ ବିନା କେହି ନୁହଁ ନିଜର
ଚକା ନୟନହେ କ୍ଷମା କର 
ତୁମ ବିନା କେହି ନୁହଁ ନିଜର - - - - - 

ସିଦ୍ଧେଶ୍ବର ତ୍ରିପାଠୀ

Post a Comment

0Comments
Post a Comment (0)