
ସ୍ରଷ୍ଠାର ଏକ ରୂପ ,
ନୁହେଁ ମୁଁ ଖେଳନା ନୁହେଁ ମୁଁ ଚିତ୍ର
ନI ମୁଁ ଭାବନା ଗଳ୍ପ II
ମୁଁ ସମାଧାନ ମୁଁ ହିଁ ସମର୍ପଣ
ମୁଁ ବିଶ୍ୱର ଏକ ଅଂଶ
ମୋ ବିନା ଦୁନିଆ ଆଗକୁ ଯିବନି
କ୍ଷଣିକେ ହୋଇବ ଧ୍ବଂସ II
ମୋ ଗର୍ଭରୁ ସୃଷ୍ଟି ଯେ ତୁମ
ଶିରା ପ୍ରଶିରାରେ ମୋରି ରକ୍ତ ,
ମୋ ସଂଗେ ପୁଣି ଛଳନା କାହିଁକି
ଶୋଷଣରେ ପୁଣି କାହିଁକି ଲିପ୍ତ II
ହୃଦୟ ସହିତ ଖେଳ ଖେଳି
ତୁମେ ପାଇଛ କଣ,
ଶେଷ ପରିଣତି ହାରିବI ଯେ ସାର
ତୁମେ ବି ଜାଣ II
ମୁଁ ସଂକଳ୍ପ ମୁଁ ସମଷ୍ଟି ମୁଁ ସ୍ୱତନ୍ତ୍ର ,
ମୁଁ ସମର୍ଥ ମୁଁ ସମୃଦ୍ଧି ମୁଁ ସର୍ବତ୍ର II
ଚାହେଁ ମୁଁ ଆଦର ଚାହେଁ ସମ୍ମାନ
ଏହା ମୋ ପାଇଁ ଅମୁଲ୍ୟ ଧନ II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
