ପ୍ରୀତିର ଫଗୁଣ - ସୁଧାକର ସେଠୀ

0
ଫଗୁଣ ତ ରଙ୍ଗେ ରଙ୍ଗେଇ ମୁଁ
ହୋଇଛି ଆଜି ମତୁଆଲା
ପ୍ରୀତିର ଶୁଭେ ସାହାନାଇ ସ୍ବର
କରିଛି ମୋତେ କିମିଆ

ରଂଗର ଅଭିର ରଂଗର ଦୁନିଆ
ଦିଶି ଯାଏ ଗୋରୀ ମୁହଁ
ଏସନ ଫଗୁଣ ଲାଗେ ନୂଆ ନୂଆ
ପଡିଛି ତୋ ପଦ ଚିହ୍ନ

କୋଇଲିର କୂହୁ କୁମ୍ଭାଟୁଆ ଡାକ
କରିଛି ମୋତେ ଦିୱାନା 
ହଳଦୀ ବସନ୍ତର ଦେଖି ଅଭିସାର
ମନତ ବୋଲ ମାନେନା

ହୃଦତ ଗାଊଛି ପ୍ରୀତିର ସଂଗୀତ
ଫଗୁଣରେ ବୋଳି ଅଭିର
ତ ପରସ ସତେ ଏତେ ମାଦକତା
ବଦଳିଛି ଦୁନିଆ ମୋର

ଜମ୍ବେଶ୍ବରପୁର,ବାଲେଶ୍ବର
ମୋ - ୯୩୩୭୬୮୧୫୨୪
Sent from my Samsung Galaxy smartphone

Post a Comment

0Comments
Post a Comment (0)