
ଫିକା ଲାଗେ ଏଇ ସତେ
ଫଗୁଣର ସେଇ ହୋଲି ରଙ୍ଗ,
ନିରୋଳା ର ଅବକାଶେ
ଶୂନ୍ୟ ଦେଖି ପଳାଶର ସ୍ନେହ.
ପ୍ରୀତି ଭରା ବସନ୍ତର
ସାଥୀ ହରା ମଳୟ ଟା ଆଜି,
ସ୍ଥବ୍ଧ ସାଜେ ଚଇତି ଧକ୍କାରେ,
ବୃନ୍ତଶୂନ୍ଯ ହୋଇପଡ଼େ ଆଶାୟୀ ପଳାଶ,
ବୈଶାଖିର ଧୋକ୍କା ଭୟେ କେବେ ଅଜାଣତେ.
ନାହିଁ କେକୀ ନାଚିବାର ,
ଦେଖିବାକୁ ସେଇ ଘନ
କଳା ବଉଦ ରେ,
କା ପାଇଁ ହୋଇବ ଠିଆ
ସଜାଡ଼ିବ ଶୋଭାର ମଣ୍ଡଣି.
ଶୂନ୍ୟ ଆଜି କାନନ ବନାନୀ
ଭଅଁର ବା ରହିବ କେଉଁଠି,
ଖୋଜିବ ସେ ପଳାଶ କୁ
ଖେଳିବାକୁ ରଙ୍ଗ ହୋଲି
ଚଇତି ର ପହିଲି ଛୁଆଁ ରେ.
ଯେଉଁ ଦିନୁ ଖେଳିଲାଣି ରକ୍ତ ହୋଲି ମାନବ ସମାଜ
ବ୍ୟଙ୍ଗତାରେ ପ୍ରଜାପତି ସାଥେ,
ନାନା ରଙ୍ଗେ ଖେଳି ଶେଷେ
ରଚିଥାଏ ରକ୍ତର ହୋଲି କୁ,
ଦେଖୁଥିବା ପଳାଶ ଟା ଅଭିମାନ କରିବ ବା କାରେ,
ଫଟା ଓଠେ ହସେ ଶେଷେ,
ବାସ୍ନା ଶୂନ୍ଯ ମଳୟ ଟା ସାଥେ,
କୃଷ୍ଣଚୁଡ଼ା ବିଞ୍ଛିଦେଇ ଚଇତି ସରାଗେ
ପ୍ରକୃତି ର
ଝଞ୍ଜା ଟିଏ ସାଜି.
ଫଗୁଣଟା ଖାଲି ସାଖି
ରହିଛି ସେ ସ୍ମୃତି ଫରୁଆରେ,
ଆସୁଛି ବସନ୍ତ ହସୁଛି ମଳୟ
ଶୂନ୍ୟ ବାସ୍ନା ସାଥେ ଦେଖୁଛି ପଳାଶ
ଚଇତି ର ସେଇ ପହିଲା ହୋଲି କୁ.
"" "" "" "" "" "" "" "" "" "" "" "" "" "" "" ""
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129
