ଦୋଷ କାହାର - ରୀତା ଅପରାଜିତା ମହାନ୍ତି

0
ଦରଫୁଟା କଢିର ଆଖିରୁ 
ଲୁହ ଶୁଖୁନି
ସେ କାନ୍ଦି ଚାଲିଛି ଅନବରତ
ମା ,ବାର୍ବୀ ଡ଼ଲ ଥିଲି
ବାପାଙ୍କ ଥିଲି ପରୀ
ଭାଇ ଡାକୁଥିଲl ନାକ କାନ୍ଦୁରୀ ସେ ବି ଦିନେବଡ଼ ହେଇଥାନ୍ତା
ତା ରାଜକୁମାର ପକ୍ଷୀରlଜ ଘୋଡା ରେ
ବସେଇ ସ୍ୱପ୍ନ ର ସେ ଦେଶ
ହେଲେ କେତେ ମାଂସ ଲୋଭୀ
ରାକ୍ଷାସୀ ମଣିଷର ଲୋଭିଲା ନଜର ପଡି ନଷ୍ଟ ହେଇଯାଏ ସେଇ ଦରଫୁଟା କଢି ଟି
ସମୟ ହେବା ଆଗରୁ ମଉଳିଯାଏ ଏଇ କଣ ଲେଖାଥିଲା ତା ଭାଗ୍ୟରେ
ଯଂତ୍ରଣା ଲୁହ ଲହୁ ଆଉ ବେଦନା
ଦୋଷ କାହାର କିଏ ଦେବ ଉତ୍ତର???/
ସମାଜକୁ ସୁଧାରିବ କିଏ????
ଦ୍ବାଇତ୍ୱ କାହାର
ସରକାର ,ସମାଜ ନା ଆମର??????
ଜାଣେନି ନାରୀର ନର୍କ ଯଂତ୍ରଣା କେବେ ଦୂର ହେବ 
ପ୍ରକୃତ ଦୋଷ କାହାର......???

ସାହିତ୍ୟିକl ରୀତା ଅପରାଜିତା ମହାନ୍ତି
ପ୍ଲଟ ନ -୮୩(ସି) ଆମ୍ରପଲ୍ଲୀ ଭୁବନେଶ୍ୱର -୨୧
ମୋ -୯୩୩୮୫୮୪୮୫୭

Post a Comment

0Comments
Post a Comment (0)