
ସ୍ୱପ୍ନ ରାଇଜର ଅଳସୀ କନ୍ୟା ତୁ
ପରୀ ରାଇଜର ରାଣୀ ।
ଲାଜୁଆ ଆଖିରେ ଇସାରା ଦେଇ ତୁ
ମୋ ମନ ନେଇଛୁ କିଣି ।।
ଚାଲିରେ ତୋହର ପଦ୍ମ ଫୁଟିଯାଏ
ହସିଲେ ଝରଇ ମୁକ୍ତା ।
ରୂପ ତୋର ଅବା ସରଗ ସୁନ୍ଦରୀ
କଥା ତୋ ପ୍ରେମ କବିତା ।।
ଆଖିରେ ତୋହର ଅଳସ ଚାହାଣୀ
ଚଳ ଚନ୍ଚଳ ତୋ ମନ।
ସ୍ପର୍ଶରେ ସ୍ଥବିର ମନ ଆନନ୍ଦରେ
ଦିନରେ ଦେଖଇ ସ୍ୱପ୍ନ ।।
ମନେ ମନେ ବସି ଭାବେତୋ କଥା ତୁ
କେଉଁ ବଗିଚାର କଳି ??
କିଏ ସେହି ମାଳି ମୂଲ ତୋର ଦେଇ
ନେବ ଦିନେ ତୋତେ ତୋଳି ???
Ashish Kumar Dash.....😃😃
