ମୋ ପଖାଳ ତୋ ଦିବସ - ସୁଧାକର ସେଠୀ

0


ସବୁ ଦିବସ ସମାନ ମୋ ପାଇଁ
ସବୁ ଦିନେ ଖାଏ ପଖାଳ
କଞ୍ଚାଲଙ୍କା ଲୁଣ ତେନ୍ତୁଳି ମଞ୍ଜିଏ
ମୋ ପାଇଁ ଅମୃତ ସମାନ

ବଡ ବଡିଆଙ୍କ ଦିବସ ପାଳନ
ଲାଗୁଛି ଭାରି ଖୁସି
ମୋ ପଖାଳକୁ ନେଇ ଏତେ ଚର୍ଚ୍ଚା
ଆତ୍ମାକୁ ମିଳୁଛି ଶାନ୍ତି

ନଖି ବଉହାତେ ବାସି ପଖାଳ
ଆହା ତାର କି ସୁଆଦ
ବିଲମୁଣ୍ଡେ ପଡି ଗଲେ ପେଟେ
ଦିଶିଯାଏ ଚଉଦ ଭୁବନ

ଟିଭିରେ ଦେଖି ଘରଣୀ ମୋର
କହୁଥିଲା ଚାଲ ଆମେ ପାଳିବା
ଧାନ ଦି ଗଉଣି ବିକିଆ ହାଟେ
ସେ ରଙ୍କ ଚିଜ ବନାଇବା

ହୁଣ୍ଡିଟା ସିଏ ଜାଣିନି ଜମା
ଧାନକୁ କିଏ ପଚାରେ
କାଳିଆ କାଳିଆ ଡାକ ପଡିଛି
ମଣ୍ଡିରେ ଧାନ ଛତୁ ମାରେ।

ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪


Sent from my Samsung Galaxy smartphone.

Post a Comment

0Comments
Post a Comment (0)