
ମୋତେ ସମ୍ବର୍ଦ୍ଧନା ଗୋଟେ ଦେବ କି କୁହ
ରଚନା ମୋହର ଥାଉ କି ନଥାଉ
କବି ଜଗତରେ ଚିହ୍ନାଇ ଦିଅ ।(୦)
କେତେ ଟଙ୍କା ଦେବି ମୁଁ କୁହ
ଉପାଧୀଟେ କରାଇଦିଅ
ନେଲେ ନିଅପଛେ ହଜାରେ ଦି'ଚାରି
ମାନ ମୋର ଟିକେ ବଢାଇ ଦିଅ ।(୧)
ତା ନହେଲେ ଅତିଥି କରି
ଆସନଟେ ଦିଅ ହେ ପାରି
ଚାନ୍ଦା ଦେବାରେ ମୁଁ ନୁହଁଇ କୃପଣ
ଥରେ ଖାଲି ମୋର ପରୀକ୍ଷା ନିଅ ।( ୨)
କଥା ସିନା ଜାଣେନା କହି
ଛାପିନାହିଁ ଖାଆସ୍ ବହି
ବଡଘର ପିଲା, ବଡପଣ ମୋର
ମୋ ହାତରେ ହାତ ମିଳାଇ ଦିଅ ।(୩)
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
