ମଧୂ ସପନ ହେଲେ ତୁମେ
ମୁଁ ତୁମ କବିତା,
ମହାଭାରତ ହେଲେ ତୁମେ
ମୁଁ ତୁମର ଗୀତା ।।
ନିଳକଇଁ ହେଲେ ତୁମେ
ମୁଁ ଚନ୍ଦ୍ର ତୁମର,
ତୁମେ ମୋ ପଦୁଅଁ ଫୁଲ
ମୁଁ ସୂର୍ଯ୍ୟ ଆକାଶର ।।
ତୁମେ ବଗିଚାର ଫୁଲଟିଏ ହେଲେ
ମୁଁ ମାତାଲ ଭଅଁର,
ତୁମେ ସତେ ପ୍ରେମିକ ମୋ
ମୁଁ ତୁମ ରସିକନାଗର ।।
ଭସାବାଦଲ ହେଲେ ତୁମେ
ମୁଁ ତୁମ ବିଜୁଳି,
ତୁମ ସାଥେ ଖେଳୁଥିବି
ସଦା ଲୁଚକାଳି ।।
ତୁମେ ମୋର ସଞ୍ଜ ହେଲେ
ମୁଁ ତୁମ ସକାଳ,
ତୁମେ ମୋର ଆଖି ହେଲେ
ମୁଁ ତୁମ କଜ୍ବଳ ।।
ତୁମେ ହେଲେ ସମୁଦ୍ର ମୋ
ମୁଁ ତୁମ ଉଛୁଳା ନଈ,
ବକ୍ଷେ ରୁମ ମିଶିବାକୁ
ଧାଏଁ ପାଗଳ ହୋଇ ।।
ଅଭିନେତ୍ରୀ ତୁମେ ଏ ରଂଗମଂଚରେ
ମୁଁ ତୁମ ଅଭିନେତା,
ଆମ ଦୁହିଁଙ୍କର ଭିତରେ କେବଳ
ଏତିକି ମାତ୍ର ଦୂରତା ।।
ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର, ବୀରମହାରାଜପୁର, ସୋନପୁର
ମୋ-୯୯୩୭୯୯୩୧୯୮
,