
ମନ ମୋହନଙ୍କୁ ଏତିକି ବିନତି...............
ସୁଦୟା ରଖିବା ହେଉ..............
ଭାବ ବିନୋଦିଆ ଭବ ଜାତନା ମୋ..........
କେତେ ବା ଦେଖିବ ଆଉ.........୦.(ପଦ)
ଭବ ଦରିଆରେ, ଭାସୁଛି ଠାକୁରେ
ଭସାଇ ନ ଦିଅ ମୋତେ,,,,,,,,,
ଭରସା କରିଛି ଛନ୍ଦା ଚରଣ ରେ
ରେଣୁ ଟିଏ ଅବିରତେ..... ୧.
ଭାବ ର ନାୟକ, ଭକତ ରଞ୍ଜକ,
କରୁଣା ମୟ ମୁରାରି,,,,,,,,,
ମର ସଂସାରରେ, ରହି ସଢ଼ି ମରେ,
ମରତ ରେ ଦେହ ଧରି........ ୨.
ଧରଣୀ ରକ୍ଷକ, ଜଗତ ପାଳକ,
କିଞ୍ଚିତେ କର ସୁଦୟା,,,,,,,
ଦରିଦ୍ର ଜଞ୍ଜାଳ, ଜାଲେ ଘାଣ୍ଟି ମାରେ,
ମନରେ କାହିଁକି ମାୟା......... ୩.
ମାୟାଧର ଯଦି, କାୟା ନ ଚିହ୍ନିଲ,
ଲାଭ କିବା ବଞ୍ଚିବାର,,,,,,
ମରତ ମଣ୍ଡଳେ, ମାନବ ଶରୀର, ,
ଲୋଡ଼ା କିବା ଲାଭ ମୋର........୪.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
ମୋ - 9124049129
