ନିସ୍ତାର ଖୋଜୁ ଖୋଜୁ ନ- ନ୍ଦିନୀ ଗଣେ ଜନ୍ମିଲେ ନ-
ନ୍ଦନ ଛଅଗୋଟି ଢଳ ଢଳ ମୁଖ ଦିଶିଲା ରେ |୧୨|
ନନ୍ଦନ ଗଣକୁ ଦେଖି ବ୍ୟାକୁଳିତ ମନେ ଦୁଃଖି
ହୋଇଣ ଅବଳା ଗଣ ଆକୁଳତା ବଢିଲା ରେ |୧୩|
ନିତ୍ୟ ର ଅଭ୍ୟାସ ପରି ଭୂଷଣ ବସନ ଭରି
କନ୍ୟାଏ ସାଥିରେ ଏକ ମଞ୍ଜୁଷା ଆଣିଥିଲା ରେ|୧୪|
ନିସ୍ତରିବା ର କାରଣେ ପେଡି ରେ ପାତି ବସନେ
ଷଡ କୁମାର କୁ ଯତନ କରିଣ ରଖିଲା ରେ |୧୫|
ନିମ୍ନଗା ଗଂଗାର ଜଳେ ମଞ୍ଜୁଷା କୁ ପେଲି ଦେଲେ
ସ୍ନାହାନ ପୁଣ କରି ପିତା ମନ୍ଦିରେ ମିଳିଲା ରେ |୧୬|
ନାଶ ଯିବେ ନରାନ୍ତକ ଜଗତ ପ୍ରତିପାଳକ
ରଖିଣ ଗଂଗା ନୀରେ ମଞ୍ଜୁଷା ଟି ଭସିଲା ରେ|୧୭|
ନିରୂପଣ କୁ ବିହିତ କରିବାକୁ ଷଡସୁତ
ଛଅ ଶରୀର ଏକଠାରେ ମିଶ୍ରିତ ହୋଇଲା ରେ |୧୮|
ନଖଶିଖ କୁ ବର୍ଣ୍ଣନ ବାରହସ୍ତ,ଷଡାନନ
ପାଦ ବେନି ସହ କାୟା ପରତାପେ ବଢିଲା ରେ |୧୯|
ନୟନ ସକଳ ଜ୍ୟୋତି ନଖର ଉଜ୍ଜ୍ୱଳ ଦ୍ୟୁତି
ସମରେ ନାହିଁ ଶରତଚନ୍ଦ୍ର କୁ ଜିଣି ଗଲାରେ |୨୦|
ନବୀନ ନବୀନା ସାର- ସ ହାସ୍ୟ ତୁଳେ ମୁଖର
ପ୍ରଫୁଲ୍ଲତା କୁ ବଳ ଓଜ ଅଂଗେ ପ୍ରକାଶିଲା ରେ |୨୧|
ନିବିଷ୍ଟ ଥାଇ ପେଡିରେ ଅତି ସୁନ୍ଦର ଭାବରେ
ବେଳୁ ବେଳ କୁମର ଶରୀର ଥାପି ବଢିଲା ରେ |୨୨|
ହେମନ୍ତ କୁମାର ବରାଇ
ରୁଷୁଡା,ବରଗଡ
ନ୍ଦନ ଛଅଗୋଟି ଢଳ ଢଳ ମୁଖ ଦିଶିଲା ରେ |୧୨|
ନନ୍ଦନ ଗଣକୁ ଦେଖି ବ୍ୟାକୁଳିତ ମନେ ଦୁଃଖି
ହୋଇଣ ଅବଳା ଗଣ ଆକୁଳତା ବଢିଲା ରେ |୧୩|
ନିତ୍ୟ ର ଅଭ୍ୟାସ ପରି ଭୂଷଣ ବସନ ଭରି
କନ୍ୟାଏ ସାଥିରେ ଏକ ମଞ୍ଜୁଷା ଆଣିଥିଲା ରେ|୧୪|
ନିସ୍ତରିବା ର କାରଣେ ପେଡି ରେ ପାତି ବସନେ
ଷଡ କୁମାର କୁ ଯତନ କରିଣ ରଖିଲା ରେ |୧୫|
ନିମ୍ନଗା ଗଂଗାର ଜଳେ ମଞ୍ଜୁଷା କୁ ପେଲି ଦେଲେ
ସ୍ନାହାନ ପୁଣ କରି ପିତା ମନ୍ଦିରେ ମିଳିଲା ରେ |୧୬|
ନାଶ ଯିବେ ନରାନ୍ତକ ଜଗତ ପ୍ରତିପାଳକ
ରଖିଣ ଗଂଗା ନୀରେ ମଞ୍ଜୁଷା ଟି ଭସିଲା ରେ|୧୭|
ନିରୂପଣ କୁ ବିହିତ କରିବାକୁ ଷଡସୁତ
ଛଅ ଶରୀର ଏକଠାରେ ମିଶ୍ରିତ ହୋଇଲା ରେ |୧୮|
ନଖଶିଖ କୁ ବର୍ଣ୍ଣନ ବାରହସ୍ତ,ଷଡାନନ
ପାଦ ବେନି ସହ କାୟା ପରତାପେ ବଢିଲା ରେ |୧୯|
ନୟନ ସକଳ ଜ୍ୟୋତି ନଖର ଉଜ୍ଜ୍ୱଳ ଦ୍ୟୁତି
ସମରେ ନାହିଁ ଶରତଚନ୍ଦ୍ର କୁ ଜିଣି ଗଲାରେ |୨୦|
ନବୀନ ନବୀନା ସାର- ସ ହାସ୍ୟ ତୁଳେ ମୁଖର
ପ୍ରଫୁଲ୍ଲତା କୁ ବଳ ଓଜ ଅଂଗେ ପ୍ରକାଶିଲା ରେ |୨୧|
ନିବିଷ୍ଟ ଥାଇ ପେଡିରେ ଅତି ସୁନ୍ଦର ଭାବରେ
ବେଳୁ ବେଳ କୁମର ଶରୀର ଥାପି ବଢିଲା ରେ |୨୨|
ହେମନ୍ତ କୁମାର ବରାଇ
ରୁଷୁଡା,ବରଗଡ
