ବସନ୍ତ ଆସିଲା ଧରାକୁ
ଦୂର ରାଇଜ କୁ ଫେରିଗଲା ଶୀତ
ଡର ନାହିଁ ଏବେ ଖରାକୁ ।।
ଗଛର ଗହଳ ପତରେ
କୋଇଲି ଗାଉଛି ମନ ଆନନ୍ଦରେ
ବସି କୁହୁ କୁହୁ ସ୍ବରରେ ।।
ଆମ୍ବ ବଉଳର ମହକ
ଚଉଦିଗ ବାସି ସଭିଙ୍କ ମନରେ
ଭରି ଦିଏ ନୂଆ ପୁଲକ ।।
ହଳଦୀ ରଙ୍ଗର ଶୋରିଷ
କ୍ଷେତ ହସୁଥାଏ ନଈ କୂଳରେ ତ
ପାଇ ଚାଷୀ ହାତ ପରଶ ।।
ଏକାଠି ହୋଇ ତ ସରବେ
ଭେଦଭାବ ଭୂଲି ଖେଳ ରେ ମାନିବେ
ହୋଲିର ରଙ୍ଗୀନ ପରବେ ।।
ଗାଆଁ ବଜାର ଓ ସହରେ
ଗହଳି ଚହଳି ଲାଗି ରହି ମଜା
ହୋଇଥାଏ ଦୋଳ ଯାତରେ ।।
------------------------------ --------------
Shiva Prasad SahooGopinathpur sahiChandpur, NayagarhMob-9692374659

