
ଚିଲିକା କୂଳିଆ ଗାଆଁଟି ମୋର
ଭାରି ସୁନ୍ଦର
ମୋ ଗାଆଁ ମୋ ପାଇଁ ଅଳକାପୁର ।
ବିଲ ନଈପଠା ତୋଟା ପ୍ରାନ୍ତର
ଅତି ନିଜର
ଏଇଠି ମଶାଣି ଓ ଷଠୀଘର ।
ମଂଗଳାଯୋଡି'ର ଭୂମି ଆଦର
ପକ୍ଷୀ ବିହାର
ବିଦେଶୁ ଆସନ୍ତି ପକ୍ଷୀ ପ୍ରଚୁର ।
ଚିଲିକା ବୁକୁରେ ନୌକାବିହାର
କି' ମନୋହର
ନଳବଣେ ପକ୍ଷୀ ଚମତକାର ।
ଦେଖ ପର୍ଯ୍ୟଟନ ମାନଚିତର
ସାରା ବିଶ୍ଵର
ସ୍ଵତନ୍ତ୍ର ମାନ୍ୟତା ଆମ ଗାଆଁ'ର ।
ଶୀତରେ ପକ୍ଷୀଙ୍କ ସରଗପୁର
ବିହଂଗ ଘର
ଟ୍ଯୁରିଷ୍ଟ ବିହଗେ କରୁ ଆଦର ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ
