
ଉଣେଇଶ ଶହ ଛତିଶି ମସିହା
ଏପ୍ରିଲ ପହିଲା ଦିନ
ଓଡ଼ିଶା ଆମର ସ୍ବତନ୍ତ୍ର ଦିବସ
ହୋଇଲା ପରା ଗଠନ ।।
ସେହି ଦିନ ଠାରୁ ଏପ୍ରିଲ ପହିଲା
ଉତ୍କଳ ଦିବସ ନାମେ
ପାଳିତ ହେଉଛି ସାରା ଓଡିଶାରେ
ସହର ପଲ୍ଲୀ ଓ ଗ୍ରାମେ ।।
ଆମ ରାଇଜ ର କେତେ ଭାଷା ପ୍ରେମୀ
ମନରେ ନେଇ ତ ଆଶା
ନିଜ ରାଇଜର ଟେକ ରଖିଗଲେ
ବଞ୍ଚାଇ ଓଡ଼ିଆ ଭାଷା ।।
ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନ
ଆଜି ହିଁ ପଡ଼ନ୍ତି ମନେ
ତାଙ୍କୁ ଝୁରେ ଆଜି ଏଇ ବୀର ମାଟି
ପବିତ୍ର ଏ ଶୁଭ ଲଗ୍ନେ ।।
ଆଜି ପରି ଏହି ଶୁଭ ଦିବସରେ
ଆସରେ କରିବା ପଣ
ଓଡ଼ିଶା ମାଟିର ମାନ ରଖିବାକୁ
ଦେବା ଆମେ ମନ ପ୍ରାଣ ।।
---------------------------------------------------
Shiva Prasad Sahoi
Gopinathpur saying
Chandpur, Nayagarh
Mob-9692374659
