ବସନ୍ତ ବିଳାସ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ବହି ଆସୁଅଛି ଶୀତଳ ସମିର  କୋଇଲି ର କୁହୁ ଗୀତ
ହଳଦୀ ବସନ୍ତ ଚୁତ ପତ୍ର ଡାଳେ ଆନନ୍ଦେ କରନ୍ତି ନୃତ୍ୟ
କୂଳୁକୂଳୁ ହୋଇ ନଈ
ସ୍ଵତ୍ସ ନୀଳ ଜଳ ଗରଭରେ ଭରି ନାଚି ନାଚି ଯାଏ ବହି    ।।
ଯମୁନା କୂଳରୁ କଦମ୍ବ ବନରୁ ମୋହନ ବଇଁଶୀ ସ୍ଵର
ଲଳିତ ମଧୁରେ ଗୁଞ୍ଜରିତ ହୁଏ ସୁନ୍ଦର କୁଞ୍ଜ କୁଟୀର
ଫୁଟିଛି ମାଧବୀ ସୁମ
ପଳାସ,ଟଗର, କୃଷ୍ଣଚୁଡା,ମଲ୍ଲୀ ନାନା ଜାତିର କୁସୁମ   ।।
ମଣ୍ଡିତ ହୋଇଛି ବୃନ୍ଦାବନ  ଶୋଭା ଦିଶେ କେଡ଼େ ମନୋହର
ସରଗ ସୁଷମା ଅପରୂପ ଶୀରି କାହିଁ ତାର ପଟାନ୍ତର
ଫୁଲେଇ ଫଗୁଣ ଫଗୁ
ରଙ୍ଗେ ରଙ୍ଗାୟିତ କରି ଏ ଧରାକୁ ସଜାଇ ଛନ୍ତି କି ବିଭୁ    ।।
ସେ କଦମ୍ବ ବନ କୁଞ୍ଜ କୁଟୀର ରୁ ସମାଦରେ ସଲଟଣ
କରି ବାହାରନ୍ତି ଗୋପ ଚନ୍ଦ୍ରମା ଲୋ ତମକେ ବିଶ୍ଵ 
ଭୂବନ
ତ୍ରୀତାପ ନାଶନେ ହରି
ବସନ୍ତ ଉତ୍ସବେ ଦୋଳ ବିମାନରେ ବାହାରନ୍ତି ରଙ୍ଗ ଖେଳି  ।।
ବସନ୍ତ ବିଳାସ ରଚି ବନମାଳୀ ରଙ୍ଗେ ରଙ୍ଗାଇବା ପାଇଁ
ସୁରମ୍ୟ ବିମାନ ସଜ୍ଜିତ ହୋଇଛି ରାଧିକା ସଙ୍ଗେ ମାଧୋଇ
ଲଳିତା,ଲବଙ୍ଗ ଲତା
ଆଲଟ ଚାମର ଢାଳନ୍ତି ଆନନ୍ଦେ ସଖୀ ସଙ୍ଗେ ଗୋପ ବନିତା  ।।
ତୁଙ୍ଗଭଦ୍ରା ଆଉ ବିଶାଖା ସହିତ ଆନ ସଖୀ ହସ୍ତେ ରଙ୍ଗ
ପିଚକାରୀ ଧରି ଆହାକି ସରାଗେ ଅର୍ପଣେ ଯୁଗଳ ଅଙ୍ଗ
ଦିଶଇ କି ଶୋଭାବନ
କି ଉପମା ଦେବା ଦେବର୍ଦୁହ୍ଲଭ ସେ ରୂପ ଅଟେ ଅଭିନବ   ।।
ଆହା କି ପବିତ୍ର ଲଗନ ସଖୀରେ ଦୋଳରେ ଦୋଳଗୋବିନ୍ଦ
ବୃଷଭାନୁ ରାଜ ଜେମା ସଙ୍ଗେ ଦୋଳେ ସୁନ୍ଦର ତ୍ରୀଭଙ୍ଗି ଛନ୍ଦ
ତ୍ରୀଭୂବନ ଜନ-ମନ
ବିମୋହିତ ହୋଇ ଅପଲକ ନେତ୍ରେ କରୁ ଅଛନ୍ତି ଦର୍ଶନ  ।।
ବସନ୍ତ ଉତ୍ସବେ ବସନ୍ତ ବିଳାସ ରଚି ଅପୂର୍ବ ଏ ଲୀଳା
ଅବିର ରତୁରେ ମାଧବ ପ୍ରେମର ରଙ୍ଗାୟିତ ହୁଏ ଧରା
କବି ପ୍ରଫୁଲ୍ଲ ଚିନ୍ତନ 
ଛନ୍ଦା ପଦ୍ମପାଦ ରେଣୁ ତଳେ ଆଶ୍ରା ଦିଅ ହେ ରମା ରମଣ  ।। 

Post a Comment

0Comments
Post a Comment (0)