ଆତ୍ମ ସମୀକ୍ଷା - ଦେବବ୍ରତ ଜେନା

0


ହାରିଛି କେତେ ଜିତିଛି କେତେ
ହିସାବ ଅଛି ବାକି
ଚାଲିବି ପୁଣି  ଆଗକୁ କେତେ
ପାରିନି କେବେ ମାପି ।।(୧)

ହର୍ଷ  ବିଷାଦ ଚାଖିଛି କେତେ
ପଡି ଉଠିଛି କେତେ
ଜୀବନର ଏଇ ରଂଗମଂଚେ 
ଏକାକୀ  ଚାଲିଛି ସତେ ।।(୨)

ଆସିଛି ଏକା ଯିବି ମୁଁ ଏକା
କେହି ନ ଥିବେ ପଥେ 
ପ୍ରତି ମୁହୂର୍ତ୍ତେ  ଜଗତ ନାଥ
ରହିଥିବେ ମୋ ସାଥେ।।(୩)

Debabrata Jena,
Bhogarai, Balasore

Post a Comment

0Comments
Post a Comment (0)