ଉତ୍କଳ ଭାରତୀ - ଏ. ପି. ଶୁଭକାନ୍ତ

0

ଉଣେଇଶ ଏକ ଫେବୃୟାରୀ ଆଠ ଦିନ
ଛତିଶଗଡ଼ର ବସ୍ତରରେ ହେଲ ଜନ୍ମ,
ପିତା ଡାନିଏଲ୍ ମାତା ମୋନିକା
ମୂଳତଃ ଥିଲେ ପୁରୀ ଓଡ଼ିଶା ବାସିନ୍ଦା।

ସେ ସମୟେ ସମାଜେ ନ ଥିଲା ନାରୀଶିକ୍ଷା
ତୁମେ କିନ୍ତୁ ଲଭିଥିଲ ଡାକ୍ତରୀ ର ଶିକ୍ଷା,
ଏମ୍ ଏଲ୍ ପି ଡିଗ୍ରୀ ସ୍ଵର୍ଣ୍ଣପଦକ ଧାରୀ
ମାଆଙ୍କ ଇଚ୍ଛା ଆଗ୍ରହ ଥିଲା ସର୍ବୋପରି।

ଡାକ୍ତରୀ ସେବା କଟକେ ଛଅ ବର୍ଷ ଦେଲ
ଉଣେଇଶ ଅଠେଇସ ରେ ଦିଲ୍ଲୀ ଚାଲିଗଲ,
କୁପ୍ରଥା ବିରୋଧେ କଲ ସ୍ଵରଉତ୍ତୋଳନ
ସାହିତ୍ୟ ମାଧ୍ୟମେ ଲଢି କରିଲ ଦମନ।

ଓଡ଼ିଆ ଭାଷାର ଉନ୍ନତି ପାଇଁ ଦିଲ୍ଲୀରେ
ଗଢିଲ ସଂଘ ଭାରତୀ ତପୋବନ ନାଁ ରେ,
ଅନେକ ଭାଷାରେ ଥିଲା ତୁମର ଯେ ଜ୍ଞାନ
ହିନ୍ଦୀ ଇଂରାଜୀ ବଙ୍ଗଳା ବର୍ମା ଭାଷା ମାନ।

ହିନ୍ଦୀରେ ଯେ ରଚିଥିଲ ଅନେକ ସାହିତ୍ୟ
ଅନେକ ପତ୍ରିକାରେ ସମ୍ପାଦିକା ଦାୟିତ୍ୱ,
ଜୀବନେ ତୁମେ ଲଭିଛ ଅନେକ ଉପାଧି
ଭାରତୀ ଭୂଷଣ, ଉତ୍କଳ ଭାରତୀ ଆଦି।

ଏକାଧାରେ ଅନେକ ଗୁଣର ଅଧିକାରୀ
ସମାଜସେବୀ, ଡାକ୍ତର, ସଂଗ୍ରାମୀ, କବୟିତ୍ରୀ ,
ଜନ୍ମଦିନେ ଶୁଭଦୃଷ୍ଟି ଜଣାଏ ପ୍ରଣତି
ଉତ୍କଳ ଝୁରୁଛି ଆହେ ଉତ୍କଳ ଭାରତୀ।

A P Subhakanta
DandaHaripur, Khadiang, Jajpur

Post a Comment

0Comments
Post a Comment (0)