
ଫଗୁଣ ଆସୁଚି ବସନ୍ତକୁ ନେଇ
ଶୀତଟା କଲାଣି ଲାଜ
ବଉଳାଟା ଏବେ ଗୋଠରୁ ଫେରିକି
ପିଇ ସାରିଲାଣି ପେଜ....
ପ୍ରକୃତି ରାଣୀଙ୍କ ଅଧରେ ଶୋଭିତ
ସତେକି ସୂରୁଯ ତେଜ
ନଈରୁ ଫେରିଛି ଚମ୍ପି ବୋଉ ଏବେ
ଯୋଗାଡି ଦେଲାଣି ସଞ୍ଜ...
ସାଆନ୍ତଙ୍କ ଠେଇଁ ଆଳତୀ ଲାଗିବ
ଭକତ ହେଲେଣି ସଜ
ଉପନୀତ ହେଲା ଅପୂର୍ବ ସଞ୍ଜଟା
ମନରେ ବିଭୁଙ୍କୁ ହେଜ....
ଉତ୍କଳୀ ମନାସେ ସର୍ବ ସୁଖ ଶାନ୍ତି
ପକେଇକି ଶୁଭସଞ୍ଜ
ତା ଭକ୍ତିରେ ବନ୍ଧା କାଳିଆ ଠାକୁର
ଜନାର୍ଦ୍ଦନ ଚତୁର୍ଭୁଜ.....
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଲକ, ତିରିଡା, ଗଞ୍ଜାମ
