
• ସଖୀରେ ସେଦିନ କି ଶୁଭ ଲଗନ ତୋ ଅଭୁଲା ଚାନ୍ଦ ମୁହଁ
• ସପନ ସୁନ୍ଦରୀ ଆଗୋ ନୀଳପରୀ ଦେଖି ହୋଇଗଲି ମୋହ
• ସତରେ ସଜନୀ ସର୍ଫରୀ ନୟନୀ କି କିମିଆଁ କଲୁ କହ
• ସଖୀରେ ସେଦିନ କି ଶୁଭ ଲଗନ……।।
•
• ତୋ ଗୋଲାପୀ ଓଠେ ସ୍ମିତ ହାସ୍ୟ ରେଖା ସତେକି ବାଶବ ଧନୁ
• ସମ୍ବୋଧନ ତୋର ଆହାକି ମଧୁର କୋକିଳ କି ଚୁତ ବନୁ
• ଗାଏ ପ୍ରୀୟା ଗୀତି କହେ ଆମ ପ୍ରୀତି କରଇ ମନ ଅଥୟ
• ସଖୀରେ ସେଦିନ କି ଶୁଭ ଲଗନ…..।।
•
• ତୋ ରୂପ ଛଟାରେ ଅମରପୁରୀ ର ଲଳନା ମଳୀନ ଦିଶିବେ
• ମରାଳ ଗମନା ଚାରୁ ଚନ୍ଦ୍ରାନନା ଋଷି ଯୋଗ ଭାଙ୍ଗିଦେବେ
• ଆଖି ର ପଲକ ନପଡେ ତୋରୂପ ରତୀ ବି ସମାନ ନୁହଁ
• ସଖୀରେ ସେଦିନ କି ଶୁଭ ଲଗନ…..।।
•
• କେତେକାଳ ବିହି ତପକରି ସହୀ ଗୋଟିଏ ଚାଉଳେ ତୋତେ
• ଗଢିଲା ଏପରି କରି ରେ ସୁନ୍ଦରୀ ପରୀ,ପରି ଦିଶୁ ସତେ
• ଏ ମନ ଆକାଶେ ତୁ କୁଆଁ ତାରା ତୁ ପ୍ରଭାତୀ ମଳୟ ,,
• ଏହି କବି ପରିଚୟ ,, ସଖୀରେ ସେଦିନ କି ଶୁଭ ଲଗନ…..।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
