ଛନ୍ଦା ଚରଣ - ବାମନ ଚନ୍ଦ୍ର ଦୀକ୍ଷିତ

0

ଛନ୍ଦା ଚରଣ....ବାନ୍ଧିନେ.....
ମୋ ମନ ମୁନ ,ଚଇତନ କୁ ଚଞ୍ଚଳେ।
ଛନ୍ଦି ଦେ ଭକତି ଦଉଡ଼ି
ମୋ ଅଙ୍ଗେ କାହ୍ନା,ବନ୍ଦୀ କରିନେ ସଅଳେ।।

ଖୋଜେନା ଧନ ସମ୍ପଦ ମାନ ମହତ
ଲୋଡ଼େନା ନାନା ବୈଭବ ମଣି ମର୍କତ
ମନ ମୋ ରହୁ ନିଶ୍ଚଳେ ...............
ତୋ ପାଦ ତଳେ।।

ରାନ୍ଧିବି ଅବଢ଼ା ଭାତ ମନ ଚାହୁଁଛି
ବାନ୍ଧିବି ତୋ ଅଙ୍ଗେ ପାଟ ଭାଳି ହେଉଛି
ଛନ୍ଦିବି ତୁଳସୀ ମାଳ ................
ସଞ୍ଜ ସକାଳେ।।

ରଞ୍ଜିବି ପୀରତି ରଙ୍ଗେ ରଙ୍ଗା ଅଧର
ଖଞ୍ଜିବି ମୁକୁତା ହାର କଣ୍ଠରେ ତୋର
ସଜେଇ ଦୟଣା ମାଳ ................
ପଦ ଯୁଗଳେ।।

ରତନ ବେଦୀ କୁ ଚାହିଁ ଯିବ ଜୀବନ
ମୁକତି ଲଭିବ ଆଖି ଚକା ନୟନ
ଚତୁର୍ଦ୍ଧା ମୂରତି ଶୋଭା .................
ଶ୍ରୀ ନୀଳାଚଳେ।।

ବାଇଶି ପାହାଛ ତଳେ ସିଂହ ଦୁଆରେ
ଅରୁଣ ସ୍ତମ୍ଭ ନିକଟେ ବଡ଼ ଦାଣ୍ଡରେ
ଯିବ କି ଜୀବନ ହରି.................
ତୋ ପାଦ ତଳେ।।

Baman Chandra Dixit
Hey nagar, Bilaspur

Post a Comment

0Comments
Post a Comment (0)