ରାମହରି ବର୍ମା ବହୁତ ଗରିବ କିନ୍ତୁ ସ୍ବାଭିମାନୀ ମଣିଷଟିଏ ଥିଲେ । ସେ ବହୁତ ପରିଶ୍ରମୀ ଏବଂ ତାଙ୍କ ଚିନ୍ତାଶୀଳ ଉନ୍ନତ ଧରଣ; ମୁଁ ଭଲେ ଦାଦନ ହୋଇପାରେ କିନ୍ତୁ ଈଶ୍ବର ମୋତେ ଦୁଇ ହାତ କଠିନ କର୍ମ କରିବା ପାଇଁ ଦେଇଛନ୍ତି , ଆଉ ଅବା କ'ଣ ଦରକାର .... । ତା'ଙ୍କ ସ୍ତ୍ରୀ ବି ନିଜ ସ୍ବାମୀଙ୍କ ହାତରେ ହାତ ମିଶାଇ ବହୁତ ପରିଶ୍ରମ କରୁଥିଲେ । ସେମାନେ ବୁଝିପାରିଥିଲେ "କର୍ମ ହିଁ ଈଶ୍ବର ଦର୍ଶନର ଏକ ମାର୍ଗ "। 

ରାମହରି ବର୍ମାଙ୍କ ଏକଇରୋବଳା ବିଶିକେଶନ ଦିନେଶ୍ । ସେ କେବେ ମା' ବାପାଙ୍କୁ ମଧ୍ୟ ହକ୍ କରି କିଛି ମାଗିନି , ସେମାନେ ଯାହା ଦିଅନ୍ତି ଦିନେଶ୍ ଆନନ୍ଦରେ ଈଶ୍ବର ଦାନ ବୋଲି ଭାବୁଥାଏ । ବିଦ୍ୟାଳୟରେ ଗୁରୁଜୀ ଗୁରୁ ମା' ମାନଙ୍କର ଦିନେଶ୍ ଜଣେ ଉତ୍ତମ ଛାତ୍ର ଥିଲା , ଖେଳକୁଦରେ ମଧ୍ୟ ସେ ବହୁତ ଆଗୁଆ ଥିଲେ । ନିଜ ଗାଁ ' ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀରେ ବୃତ୍ତି ହାସଲ କରି ନବୋଦୟ ପାଇଲା ତେଣୁ ସରକାର ତାଙ୍କୁ ଭୂବନେଶ୍ବରର ନବୋଦୟ ସରକାରୀ ବିଦ୍ୟାଳୟରେ ପଢାଇଲେ । ସେଠି ସଫଳତା ସହ ଜ୍ଞାନ ହାସଲ କଲେ, ଏ ମେଧାବୀ ଛାତ୍ର ଜଣଙ୍କୁ ଦିନେ ସ୍କୁଲ ଶିକ୍ଷକ ପଚାରିଲେ ,"ଦିନେଶ୍ ତୁମେ କ'ଣ ହେବ ? ଏହା ଶୁଣି ଦିନେଶ୍ ଉଲ୍ଲାସିତ ହୋଇଗଲେ ଏବଂ କହିଲେ ରୋଗୀଙ୍କ ସେବା କରିବି, ଯେଉଁ ସମାଜ ଡକ୍ଟରଙ୍କୁ ଭଗବାନ ଆଖ୍ଯା ଦିଏ, ସେଠି ମୁଁ ଏକ ସାଧାରଣ ମଣିଷଟିଏ ହୋଇ ରୋଗୀ ସେବାରେ ଜୀବନକୁ ଉଚ୍ଛର୍ଗିତ କରିଦେବି । ଆଉ ଯେଉଁଠି ବାପା ମା' ଙ୍କୁ ରୋଗ ହେଲେ ବୃଦ୍ଧ ବୃଦ୍ଧାର ପରିଚୟ ଦେଇ ଅଲୋଡ଼ା ମଣିଷ ବୋଲି ଘରୁ ତଡିଦିଅନ୍ତି ସେଇ ପରିସ୍ଥିତିରେ ସେମାନଙ୍କୁ ବିନା ମୂଲ୍ୟରେ ଚିକିତ୍ସା କରି, ସମାଜକୁ ସବୁ ଚିକିତ୍ସକ ପାଇଁ ନୂତନ ଦିଗଟିଏ ଦେଖାଇବି । ଏହା ଶୁଣି ଶିକ୍ଷକ ଅବାକ୍ ହୋଇଗଲେ, ଶ୍ରେଣୀକକ୍ଷ ସତେ ଯେମିତି ନୀରବ ହୋଇଗଲା , କିଏ ଦିବ୍ୟାଲୋକ ନେଇ ଦୃଶ୍ୟମାନ ହେଲାଭଳି ଦିନେଶ୍ ଦେଖାଗଲା । ଶିକ୍ଷକମାନେ ଆଶୀର୍ବାଦ ଓ ଶ୍ରଦ୍ଧା ଦେଇ ଦିନେଶ୍ ର ପ୍ରତ୍ୟେକ ଜିଜ୍ଞାସାକୁ ସଠିକ୍ ଉତ୍ତର ଦେଇ ଖୁସି କରାଉଥିଲେ । ବର୍ତ୍ତମାନ ଦିନେଶ୍ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ପ୍ରଥମ ସ୍ଥାନ ରଖି ଉତ୍ତୀର୍ଣ୍ଣ ଲାଭ କଲେ । ରାମହରି ବର୍ମା ଖୁସିରେ ଗାଁ ' ସାରା ମିଠା ବଣ୍ଟନ କଲେ ମୋ' ଦିନେଶଟା ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ପ୍ରଥମ ସ୍ଥାନ ରଖିଛି କହୁଥାନ୍ତି ଏବଂ ତାଙ୍କ ଆଖିରୁ ଖୁସିର ଲୁହ ଅନାମନା ହୋଇ ଝରିପଡ଼ୁଥାଏ ।

ଦିନେଶ୍ କିଛି ଦିନ ଫକିର ମୋହନ ବିଜ୍ଞାନ ମହାବିଦ୍ୟାଳୟରେ ବି.ଏସ୍ ସିରେ ଉତ୍ତୀର୍ଣ୍ଣ ହୋଇ ଡକ୍ଟର ପାଠ ପଢ଼ିବା ପାଇଁ ମନସ୍ଥ କରିଛନ୍ତି । ବାପା-ମା' ଦୁହେଁ ମଧ୍ୟ ପୁଅର ଇଛାକୁ ସମ୍ମାନ ଦେଇ ଘରକୁ ଜ୍ଯୋତିମଦନ ଶର୍ମା ପାଖରେ ବନ୍ଧକ ଦେଲେ । କିଛି ଟଙ୍କା ନେଇ ଦିନେଶ୍ ଇଂଲଣ୍ଡ ଡାକ୍ତରୀ ପାଠ ପଢ଼ିବା ପାଇଁ ଗଲେ , ସେଠାରେ ଦିନେଶ୍ ଗରିବ ହୋଇଥିବାରୁ ଇଂଲଣ୍ଡର କେହି ସାଙ୍ଗସାଥି ହେଉ ନଥାନ୍ତି, ଯା'ହେଉ "ଅରକ୍ଷିତକୁ ଦଇବ ସାହା" ସେଠି ଜଣେ ଲେକ୍ଚର୍ ଦିନେଶ୍ କୁ ସାହାଯ୍ୟ ଦେଲେ ଏବଂ ପାଠପଢ଼ା ପାଇଁ ମଧ୍ୟ ଅନେକ ବହି, ପରୀକ୍ଷା ନୀରିକ୍ଷା ପାଇଁ ନାନାପ୍ରକାର ଅତି ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେଲେ । ଇଂଲଣ୍ଡରେ ଚିକିତ୍ସା ଅଧ୍ଯୟନ ଚାରି ବର୍ଷ କରି ଭଲ ନମ୍ବର ରଖି ପ୍ରଥମ ସ୍ଥାନ ପାଇଲେ । ନିଜର ମାତୃଭୂମିକୁ ଦିନେଶ୍ ସରକାରୀ ଚିକିତ୍ସକଭାବେ ନିଯୁକ୍ତି ହୋଇ ଆସିଲେ । ନିଯୁକ୍ତିର ପ୍ରଥମ ଦିନ ହିଁ ଦିନେଶ୍ ପାଇଁ ସ୍ମରଣୀୟ ରହିଲା କାରଣ ସେ ସାଧାରଣ ପେଣ୍ଟ, ସାର୍ଟ ପିନ୍ଧି ଆସିଥିବାରୁ ଅନ୍ୟ ଡାକ୍ତରମାନେ ଅଟହାସ୍ଯ ଶିକାର କରିଥିଲେ ।ଚାକିରୀର ପ୍ରଥମ ମାସ ଦରମା ପଚିଶିହଜାର, ସେ ଦରମା ସେ ନିଜ ବାପାକୁ ଦେଇ କହିଲେ," ବାପା ଏ ଦରମା ଟଙ୍କା ନେଇ ବୃଦ୍ଧାଆଶ୍ରମରେ ଦେଇଦିଏ" । ଏତକ ଶୁଣି ରାମହରିଙ୍କ ଆଖିରୁ ଲୁହ ଥପ ଥପ ହୋଇ ଝରିବାକୁ ଲାଗିଲା, ପୁଅକୁ କୁଣ୍ଢେଇ ଧରି କହିଲେ ଧନରେ "ଭଙ୍ଗା କୁଡିଆର ତୁ ମୋ' ଉଦିଆଜହ୍ନ"।

ଦିନେଶ୍ ଙ୍କ ସେବା ଓ ଚିକିତ୍ସା ଦ୍ବାରା ଅନେକ ଅସାଧ୍ୟ ରୋଗୀ ବି ସୁସ୍ଥ ଅନୁଭବ କଲେ । ବାଃ......ଚମତ୍କାର ଏ ମହାନ ବ୍ଯକ୍ତି, ସତେ ଈଶ୍ବର ଦର୍ଶନ ଦେଲାଭଳି । ରୋଗୀଙ୍କୁ ମିଠା ମିଠା ଭାଷା କହି ରୋଗୀର ରୋଗକୁ ଦୂର କରିଦେଉଥିଲେ । ମାନସିକ ଚିନ୍ତା କାହାରି ମସ୍ତିଷ୍କରେ ରଖେଇ ଦେଉ ନଥିଲେ, ରୋଗୀ ଶରୀରକୁ ହାତ ବୁଲାଇ ସୁଖି କରିଥିଲେ ସୁନ୍ଦର କେଇ ପଦ ଈଶ୍ବର ଭକ୍ତି କଥାରେ .....। ସେ କେବଳ କହୁଥିଲେ ଈଶ୍ବର ହିଁ ତୁମମାନଙ୍କୁ କିଛି କ୍ଷଣ ଦୁଃଖ ଦେଇଛନ୍ତି କାହିଁକି ନା ସୁଖର ପାହାଡ଼ ଉପରେ ବସାଇବା ପାଇଁ ,ତେଣୁ ଏ ଶରୀରର ଦୁଃଖ ସୁଖର ପାହାଚରେ ରହି ଈଶ୍ବରଙ୍କୁ ଦର୍ଶନ କରିବା ପାଇଁ, ଆସ ସଭିଏଁ ଈଶ୍ବରଙ୍କ ଭକ୍ତିରେ ମଜିଯିବା ।

କିଛି ଦିନ ପରେ ଦିନେଶ୍ ଭାରତ ସରକାରଙ୍କ ପାଖରେ ଉତ୍ତମ ଡାକ୍ତରଭାବେ ପୁରଷ୍କୃତ ହେଲେ, ପିଲାବେଳେ ଗୁରୁ ଆଗରେ କହିଥିବା ଗୋଟି ଗୋଟି କଥା ପାଳନ କଲେ । ଦୁଃଖିରଙ୍କି ପାଇଁ DOCTOR ଦିନେଶ୍ ଡକ୍ଟର ନୁହଁନ୍ତି ମଣିଷ ରୂପରେ ଈଶ୍ବରଟିଏ ହୋଇଗଲେ । ସେ ଡାକ୍ତରମାନଙ୍କ ପାଇଁ ଏକ ଉଦାହରଣ ହୋଇଗଲେ । ଦିନେଶ୍ ଭଳି ଅନ୍ୟ ଡାକ୍ତରମାନେ ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କଲେ , ସମାଜ ସତରେ ବୈକୁଣ୍ଠ ଭୂବନ ପାଲଟି ଯିବ । ପଇସା ଅଭାବରେ ମରୁଥିବି ଦୁଃଖିରଙ୍କି ନୂତନ ଜୀବନ ପାଇପାରିବେ । 

ଶେଷରେ ଦିନେଶ୍ ମୁଖରୁ କେଇ କଥା " ମଣିଷର ଉତ୍ତମ ବିଚାର, ଉତ୍ତମ କର୍ମ ତାକୁ ଦିଗ୍ଦର୍ଶନ ଦେଖାଉଥାଏ, ମାନବ ସେବା ହିଁ ଈଶ୍ବର ଦର୍ଶନର ଏକମାତ୍ର ରାସ୍ତା । ଯେକୌଣସି ମାଧ୍ୟମରେ ସମାଜରେ ଉତ୍ତମ ସେବା କଲେ ଈଶ୍ବରଙ୍କ ଦର୍ଶନ ନିଶ୍ଚୟ ଲଭିପାରିବା" । ଦିନେଶ୍ ଭଳି ଡାକ୍ତର ହିଁ ପ୍ରକୃତ ଭଗବାନ । 


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ,ଗଞ୍ଜାମ ଦୂରଭାଷ : 9566876504