
ଛକାପଞ୍ଝା ଏଵେ ଵାହା ଵଜାରରେ
ଲେଖୁଛି ବାହା ପୁରାଣ
କଳା ଵର ଅଵା କାଳି ଝିଅ ଦେଖି
ସଭିଙ୍କ ନାକରା ପଣ ।
ଗୋରୀ ଝିଅ ପାଇଁ କାଳିଆ ବର ମୋ
ମନପାଏ ନାହିଁ ଜମା
ଚାକେରୀଆ ବର ରେଲୁଓ୍ଵେରେ ଅଛି
ଝିଅକୁ ମାରୁଛି ଝିମା ।
ମାଆ ଖୋଜୁଛନ୍ତି ଡଉଲ ଡାଉଲ
ହାଣ୍ଡସମ୍ ପିଲା ଗୋଟେ
ଵାପା କହୁଛନ୍ତି ସେଇଠି କରିବା
ଧନ ସମ୍ପତ୍ତି ତା' ଓକେ ।
ଝିଅ ଦେଖୁଅଛି ହ୍ଵାଟସ୍ ଆପେ ଫଟ
ଆସୁ ନାହିଁ ତାକୁ ନିଦ
ଗରମ ଦିନରେ ଚଦର ଘୋଡେଇ
ସକାଳୁ ଦେଖୁଛି ଚାନ୍ଦ ।
ଝିଅ ଟି ଆମର ଐରାଵତ ହସ୍ତୀ
ଵରଟି ଘୁଷୁରି ପଙ୍କ
ଯାନୀ ଯଉତୁକ ପାଇଵାକୁ ଦେଖି
ପାଗ ଭିଡ଼ି ରେଡି ଟିଙ୍କ ।
ସାହାନାଇ କେବେ ବାଜିବ ଭାଇନା
ମିଳିଵତ ଭୋଜି ଭାତ
ଵର କନିଆଁଙ୍କ ଭିଡ଼ରେ ଆମର
ଚାଲୁଥିଵ ଡିଜେ ନାଚ ।
ଟୁନି ଵାହାଘର ଟୁକୁନା ସାଥିରେ
ଶୁଭୁଛି ମଙ୍ଗଳ ଵାଦ୍ୟ
ଶାଶୂଘର ଝିଅ ଚାଲିଯିବ ଭାଇ
ଦୂରୁ ଭାସିଆସେ କାନ୍ଦ ।
ରାହାସ କୁମାର ବେହେରା
ବାଲ୍ୟମ୍ବା, ଢେଙ୍କାନାଳ, ପିନ - ୭୫୯୦୧୫
