ସମ ବୟସୀ ବନ୍ଧୁମାନେ - ରମାକାନ୍ତ ମିଶ୍ର

0

ସମବୟସୀ ବନ୍ଧୁମାନେ
ଏବେ ଜୀବନ ଯୁଦ୍ଧରେ
ଥକି ପଡିଲେଣି
କାହାରି କଙ୍କାଳ ସାର ଦେହ
କାହାରି ବର୍ଦ୍ଧିତ ଉଦର
କାହାରି ଆଉ ଜ୍ୟୋତି ନାହିଁ ମୁହଁର
କାହାରି ମୁଣ୍ଡରେ ଧଳା କେଶ
ଆଉ କିଏ ଲଣ୍ଡିତ ମସ୍ତକ
ସମସ୍ତଙ୍କ କିନ୍ତୁ କିଛି ଅଛି ଦାୟିତ୍ୱ
ବେମାରୀ ନେଇଛି ଅସ୍ତିତ୍ବ
ଚାଲିବାକୁ କଷ୍ଟ ଏବେ
ଆଗେ ଦିନଯାକ ଧଉଁ ଥିଲେ
ଏହା କିନ୍ତୁ ଅତି ସତ
ସମ ବୟସୀ ବନ୍ଧୁମାନେ
ହେଲେଣି ଧୀରେ ସ୍ଥଗିତ
କିଏ ଧରିଛି କରଜ ବୋଝ
କିଏ କରୁଛି ସ୍ୱାସ୍ଥ୍ୟ ଚିନ୍ତା
କାହାରି କିନ୍ତୁ ସମୟ ନାହିଁ
ଆଖିରେ କିନ୍ତୁ ଜ୍ୟୋତି ନାହିଁ
ଗଲା କାଲି ଯିଏ ଖୁସି ଥିଲେ
ଆଜି ଜୀବନ ବୀମା ମାଗି ବୁଲେ
କିନ୍ତୁ ଏହା କାଟୁ ସତ୍ୟ
ସମ ବୟସୀ ସାଙ୍ଗ ମାନେ
ଥକି ଗଲେଣି ଜୀବନ ଯୁଦ୍ଧରେ
କିଏ କିଏ ଗଲେଣି ଅନନ୍ତ ଶୟନରେ !

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)