
ନୂଆ ବରଷରେ ନୂଆ ବରଷ ,
ଆସିବୁ ନେଇ ତୁ ହର୍ଷ ଉଲ୍ଲାସ II
ମନେ ଭରିଦେବୁ ନୂଆ କମ୍ପନ,
ପୂରଣ କରିବୁ ଦେଖା ସପନ II
ଶାନ୍ତି ମୈତ୍ରୀ ପ୍ରୀତି ବୁଣିବୁ ତୁହି,
ଭାତୃଭାବ ମନେ ଦେବୁ ଛୁଆଁଇ II
ନ ସହିବେ କେହି ଦୁଃଖ ଯନ୍ତ୍ରଣା,
ଚଳିବେ ସଭିଏଁ ହୋଇ ଆପଣା II
ନୂଆ ଆଶା ମନେ ସଦା ଭରିବୁ,
ସଫଳତା ଫୁଲ ବିଛେଇ ଦେବୁ II
ମନ ଫୁର୍ତ୍ତୀ ହୃଦ ସ୍ୱଚ୍ଛ କରିବୁ ,
ଦୁଃଶ୍ଚିନ୍ତାକୁ ନେଇ ଦୂରେ ଛାଡ଼ିବୁ II
ସୁଵିଚାର ସର୍ବ ମନରେ ଦେବୁ ,
ସକାରାତ୍ମକ ଚିନ୍ତା ଭାବେ ଆଣିବୁ II
ବସୁଧା ହେଉ ମୋ କୁଟୁମ୍ବ ଭଳି ,
ପ୍ରଭୁଙ୍କ ଆଶିଷ ଦେବୁ ତୁ ଢାଳି II
ତୋ ଉପରେ ଅଛି ସଭିଙ୍କ ଆଖି,
ପ୍ରତିଜ୍ଞା କର ତୁ ନ ଦେବୁ ଠକି II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
