ଜୀବନର ଧର୍ମ - ସନ୍ତୋଷ ପଟ୍ଟନାୟକ

0

ଜୀବନଟା ଏକ ରଙ୍ଗମଞ୍ଚ ଏଠି
   ସୁଖ ଦୁଃଖ ଦୁଇ ପଥ
ମଣିଷଟା ଏଠି ଅଭିନୟ କରେ
   ପେଟପାଇଁ କରି ନାଟ

ନିର୍ଦ୍ଦେଶକ ଏଠି ସ୍ବଂୟ ପରଂବ୍ରହ୍ମ
   କର୍ମଟି ଅଟଇ ମୁଖ୍ୟ
ସୁକର୍ମ ଆଦରି ଅଭିନୟ କଲେ
    ଥୁଆଟି ସୁଖ ସୌଭାଗ୍ଯ

କୋଟି ପୂଣ୍ୟବଳେ ମଳିଅଛି ଯଦି
    ଆମ ଏ ମଣିଷ ଜୀବନ
ଅନ୍ୟ ଜୀବେ ଦୟା ଭାବ ପରଶିବା
   ଏହାହିଁ ଆମରି ଧର୍ମ

ସୁକର୍ମ ଆଦରି କର ଅଭିନୟ
    ସାହା ହେବେ ଦୟାମୟ
ଜୀବନ ଦର୍ଶନ ମୂଲ୍ୟାୟନ ବେଳେ
      ନଥିବ ପାପର ଭୟ

ହସି ହସେଇବା ହଉ ଆମ ବ୍ରତ
   ମନରହୁ ପରୋପକାରେ
ମାନବ ସେବା ହିଁ ମାଧବଙ୍କ ସେବା
     ଲକ୍ଷ୍ୟ ରହୁ ଜୀବନରେ

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 

Post a Comment

0Comments
Post a Comment (0)