
ବାର ବାର ଏଇ ଜୀବନ ବାଟରେ
ବାଣ୍ଟି ହୁଏ ସିନା ଦେହ
ହେଲେ ଏ ମନର ଗୋଟିଏ ଠିକଣା
ତୁମେ ତାର ପରିଚୟ ।
ଯଉବନ ଗନ୍ଧ ଉକୁଟି ଆସିଲେ
କାମନା ପବନ ବହେ
ତାଳୁଠୁ ତଳିପା ଉଷ୍ମତାରେ ଭରେ
ଅନ୍ଧାରକୁ ଆଖି ଚାହେଁ ।
ମନ ଆଇନାରେ ସାରା ଜୀବନକୁ
ନାଚୁଥାଏ ଗୋଟେ ମୁହଁ
ବାରବାର ଏଇ ଜୀବନ ବାଟରେ
ବାଣ୍ଟି ହୁଏ ସିନା ଦେହ - - - -
ପ୍ରେମତ ଅମର ଥିବ ଚିର ଦିନ
ଲହୁ ଲୁହ ସରିପାରେ
ଫୁଲେଇ ପ୍ରେମୀକା ବଞ୍ଚିବି ମୁଁ ଏକା
ତୁମକୁ ରଖି ମନରେ ।
ତୁମକୁ ଅନେଇ ଜୀବନ ଗଲେବି
ଲାଗିବନି ଟିକେ ଭୟ
ବାରବାର ଏଇ ଜୀବନ ବାଟରେ
ବାଣ୍ଟି ହୁଏ ସିନା ଦେହ - - - - - -
ସିଦ୍ଧେଶ୍ଵର ତ୍ରିପାଠୀ
କବିର ଘର, କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
