
ମାଆ ପଚାରଇ ଖାଇଛୁକି ନାହିଁ
ମୁହଁ ଦେଖି ଚିହ୍ନେ ମନକୁ
ସ୍ତିରୀ ପଚାରଇ ଆଣିଛୁକି ନାହିଁ
ଦରାଣ୍ଡି ପକାଏ ଧନକୁ ।
ସଭା ବସିଥିଲେ ପୁଅ ଭୁଲ କଲେ
ପିତା ପୋତିଦିଏ ମୁଣ୍ଡକୁ
କଳି କରୁଥିଲେ ଭାଇ ଆଗହୋଇ
ବାହାରି ପଡଈ ଦାଣ୍ଡକୁ ।
ସହିଯାଏ ଦୁଃଖ ଭଉଣୀ ଆଗ୍ରହେ
ଭାଇର ମଙ୍ଗଳ ପାଇଁକି
ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ
ହୁଅଇ ତା' ଦେହ ଛାଇକି ।
ସ୍ୱାର୍ଥ ପଛେ ଧାଇଁ ସବୁ ଭୁଲିଗଲେ
ସମ୍ପର୍କର ମାନ ରହେନି
କହେ ହରିହର ଯୋଡି ବେନିକର
ସ୍ୱାର୍ଥପର ତୁମେ ହୁଅନି ।
ହରିହର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
