ଛୁଟା ନାହିଁ ଆଉ ପ୍ରେମର ସୁଅ ତୁ
ଭାସିଯିବି ପ୍ରିୟା ମୁହିଁ
ସଭିଁଏ କହିବେ ପ୍ରେମରେ ପାଗଳ
ଟୁକୁନା ଯାଇଚି ହୋଇ । ୧

ଲୋଡା ନାହିଁ ମୋର ତୋ ବାପା ସମ୍ପତି
ଅବା କୋଠା ଘର ଗାଡ଼ି
ସୁସ୍ଥ ଥିଲେ ମୋର ପାର୍ଥିବ ଶରୀର
ଟଙ୍କା ମୁଁ ଦେବି ଆଜାଡି । ୨

ଗଢି ପାରିବିନି ତୋର ପାଇଁ ପ୍ରିୟା
ରାଜମହଲ ଟେ ମୁହିଁ
ମୋ କୁଢିଆ ଘରେ ରହିବା ପାଇଁ ତୋ
ଅସୁବିଧା ହେବ ନାହିଁ । ୩

ଦେଇ ପାରିବିନି ସ୍ଵର୍ଗର ଅମୃତ
ଖାଇବା ପାଇଁ ମୁଁ ତୋତେ
ଅରୁଆ ଚାଉଳ ଡାଲେମା ଭାତର
ଅଭାବ ହେବନି ସତେ । ୪

ନାହିଁ ମୋ ପାଖରେ ସୁନାର ଗହଣା
ଧନ ଦଉଲତ ଖଣି
ତଥାପି ପ୍ରେମରେ ଅଭାବ ହେବନି
ତୋ ମନ ପାରିବି ଜିଣି । ୫

ଦେଇ ପାରିବିନି ସରଗର ଚାନ୍ଦ
ତୋଳି ଆଣି ପ୍ରିୟା ତୋତେ
ମୋ ଭଲ ପାଇବା ଉଣା ହେବ ନାହିଁ
କହୁଚି ସତ ତୋ ପାଖେ ।୬

ନେଇ ପାରିବିନି ମଧୁ ରାତ୍ରୀ ପାଇଁ
ତୋତେ ମୁଁ ଯେ ମାଲେସିଆ
ପୁରୀ ଜଗନ୍ନାଥ ଧାମକୁ ଥରଟେ
ବୁଲାଇ ଆଣିବି ପ୍ରିୟା । ୭

ଶୋଇବା ପାଇଁ ତ ଘରେ ମୋର ନାହିଁ
କାଠର ପଲଙ୍କ ଖଣ୍ଡେ
ଛିଣ୍ଡା ମସିଣା ରେ ରାତି ବିତେ ମୋର
ଦୁଃଖ ଦେବି ନାହିଁ ଦଣ୍ଡେ । ୭

କରୁନି ଚାକିରି ମିଳୁନି ଉପୁରି
ତଥାପି ଖୁସି ରେ ରୁହେ
ଘର ମଣି ମୋର ହୋଇ ଯାଅ ପ୍ରିୟା
ସାଥେ ଥିବି ମଲା ଯାଏଁ  । ୮

ହଜାରେ ବରଷ ନାହିଁ ମୋ ଆୟୁଷ
ନୁହେଁ ମୁଁ ଦେବତା ଜଣେ
ତୋର ଖୁସି ପାଇଁ ସବୁ ମୁଁ କରିବି
ଦୁଃଖ ଦେବିନି ତୋ ମନେ । ୯

ମୋ ପାଖେ ନାହାନ୍ତି ଚାକର ବାକର
ଦେବା ପାଇଁ ମୋତେ ସେବା
ତଥାପି ଜୀବନେ ଖୁସି ଭରିଦେବି
କରିବେନି କେହି ନିନ୍ଦା  । ୧୦

ଟୁକୁନା ସାହୁ 
ସାନ୍ତରା ପଲ୍ଲୀ, ଗଞ୍ଜାମ