
ପ୍ରେମ ନ ଦେଲେ ନାହିଁ
ମନ ନ ଦେଲ ନାହିଁ
ସାଥୀ ନ ହେଲ ନାହିଁ
କଥା ନ ହେଲ ନାହିଁ
ମୁଁ ତୁମକୁ ମାଗୁନି କିଛି ବି
ମୋ ମନର ସୁନା ଫରୁଆରେ ରହିବାକୁ
ମନା କଲେ ମୁଁ ମାନିବିନି ଜମା
ତୁମେ ପୂର୍ଣ୍ଣଛେଦ ପକାଇପାର
ମୁଁ ପକାଇନି କମା
ହେ ଘନଶ୍ୟାମ ତୁମର ମୋର ଚିର କାଳର ସମ୍ପର୍କ
କେଉଁ ଯୁଗର ସମ୍ପର୍କ କଟିବନି ଜମା
ତୁମେ ପୂର୍ଣ୍ଣଛେଦ ପକାଇପାର
ମୁଁ ପକେଇନି କମା...............
ରୀତା ଅପରାଜିତା ମହାନ୍ତି
ମୁଖ୍ୟ ସମ୍ପାଦିକା, ପୂଣ୍ୟତୋୟା ଜାହ୍ନବୀ
ଭୁବନେଶ୍ୱର -୨୧
