
ଶୁଭ ପରିଣୟ ପବିତ୍ର ବନ୍ଧନ
ପ୍ରଥା ପରମ୍ପରା ରସେ ,
ଦୁଇ ହୃଦୟର ଅପୂର୍ବ ମିଳନ
ବେଦୀ ମୂଳେ ସ୍ଵପ୍ନ ଭାସେ ! !
ଭାବ ବନ୍ଧନର ପ୍ରେମ ରୂପରେଖ
ବିବାହ ସୁବର୍ଣ୍ଣ ଛବି ,
ସମାଜେ ସ୍ଵୀକୃତି ପଡେ ହାତଗଣ୍ଠି
ଶୁଭ ଆଶିର୍ବାଦେ ରବି ! !
ହେ' ପ୍ରିୟ ସିଦ୍ଧାର୍ଥ ହୃଦୟର ମିତ
ମୁଁ' ତୁମ ବରଷା ରାଣୀ ,
ଏଶୁଭ ଲଗନରେ ପ୍ରୀତି ପରଶରେ
କରିଦେଲ ଚିର ଋଣୀ ! !
ଜନ୍ମାଜନ୍ମାନ୍ତର ତୁମେ ସାଥୀ ମୋର
ଅଭୁଲା ଏ ସ୍ମୃ୍ତି ପ୍ରୀତି ,
ସୁହାଗ ସିନ୍ଦୁର ତୁମ ସମର୍ପଣ
ଭରିଛି ମୋ' ଖାଲି ସିନ୍ଥୀ ! !
ନୂଆ ପରିଚୟ ସୌଭାଗ୍ୟ ବିଜୟ
ଦୁହିତାରୁ କୁଳବଧୂ ,
ଜୀବନ ମୋହର ହୋଇଛି ସାର୍ଥକ
ପାଇଛି ମୁଁ' ପ୍ରାଣ ସିନ୍ଧୁ ! !
ଶୁଭ ସାହାନାଇ ବାଜୁଛିତ ଆଜି
ଦଶ ଦିଗପାଳ ସାକ୍ଷୀ ,
ହୋମ ବେଦୀଅଗ୍ନି କଲ୍ୟାଣ ଦରଦୀ
ଆମେ ଦୁହେଁ ପ୍ରେମ ପକ୍ଷୀ ! !
ଜୀବନ ସଙ୍ଗାତ ହେ'ପତି ସିଦ୍ଧାର୍ଥ
ତୁମେ ମୋ ହୃଦୟ ରାଜା ,
ଦଶଦୋଷ ମୋର କରିବ ବିଲୀନ
ମୁଁ 'ତୁମ ସୁନା ଭାର୍ଯ୍ୟା ! !
ଆମେ ପତିପତ୍ନୀ ହେବୁ ମହା ସୁଖୀ
ଦିଅ ପ୍ରଭୁ ଆଶିର୍ବାଦ ,
ଏଶୁଭ ବିବାହ ତୁମରି ସ୍ଵୀକୃତ
ଜଗତ ଗୋସାଇଁ ନାଥ ! !
ସଦାନନ୍ଦ ସାହୁ , କାରା କର୍ମଚାରୀ
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ଵାର
