
ଧନ୍ୟ ବିଶ୍ଵ କଳାକାର ସୁଦକ୍ଷ ବିନ୍ଧାଣି
ବିଶ୍ଵ କର୍ମା ମହାମନା ଅଖିଳର ସ୍ଵାମି
ଚାରୁଚିତ୍ର ବିମଣ୍ଡିତ ବିମୁଗ୍ଧ ଚିତ୍ରରେ
ଜୀବନ୍ତ କରି ଖଞ୍ଜିଲ କେଉଁ ବୁଦ୍ଧି ବଳେ ।।
କିଏ ସେହି କଳାକାର ଅଦୃଶ୍ୟ ଶକତି
ରଚିଲେ ଭୂମି ରୁ ଭୂମା ଖଞ୍ଜି ଦିବା ରାତି
ସୂରୁଯ ଚନ୍ଦ୍ରମା ଅଗ୍ନି ମରୁତ ଆବର
ବନ*,ବନ ଗିରି,ଗ୍ରହ ନକ୍ଷତ୍ର ମଣ୍ଡଳ ।।*ବନ--ଜଳ
ଛଳଛଳ ଢଳଢଳ କୁଳୁକୁଳୁ ନାଦେ
ଝରଇ ବନ ଝରଣା ବନ୍ଧୁର ପଥେ
କୁଜନ ମଧୂ ରାଗିଣୀ ଭ୍ରମର ଗୁଞ୍ଜନ
ବନଫୁଲ ସଉରଭେ ପ୍ରକୃତି ମଣ୍ଡନ ।।
ଦିବସେ ଅରୁଣ ଢାଳେ ସୈ।ର୍ଯ୍ୟ ବିର୍ଯ୍ୟ କର
ସୁଧାଂଶୁ ରଜତ ଜ୍ଵତ୍ସ୍ନା ଢାଳେ ନିରନ୍ତର
ଆହା କି ମଞ୍ଜୁ ମଞ୍ଜୁଳ କଳା କଉଶଳ
ଧନ୍ୟ ତବ ବୁଦ୍ଧି ଗୁଣ ଜ୍ଞାନ ହେ ଈଶ୍ଵର ।।
ନିଜେ ନିଜ ରୂପ ପ୍ରତି କ୍ଷେତ୍ରେ ପ୍ରକଟିତ
କରିଅଛ ତାହା ଷ୍ପଷ୍ଟ ହୁଏ ପ୍ରତୟିତ
ସର୍ବମୟ ସର୍ବଘଟେ ତୁମେ ବିଦ୍ୟମାନ
ଶ୍ରୀପଦେ କବି ପ୍ରଫୁଲ୍ଲ କରୁଛି ବନ୍ଦନ ॥
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
