
ଜନନୀ ଜନମ ଭୂମି
ସଭ୍ୟଙ୍କର ସିଏ ମାଆ
ଯେତେ ଯାହା ଭୁଲ କଲେ
ସଭିଙ୍କୁ କରଇ କ୍ଷମା.... I
ତା ଛାତିକୁ ଖୋଳି ତାଡି
ଉତ୍ପାଦୂଛୁ ନାନା ଷସ୍ୟ
ନଭଶ୍ଚୁମ୍ବୀ ଅଟ୍ଟାଳିକା
ଗଢି ଛୁ ତା ଛାତି ପରେ
ଗଗନ ଭେଦି ପାଦପ
ଠିଆ ରହିଛନ୍ତି ଧିରେ
ଓଜନର ଭାର ବହି
ବିଚଳିତ ନୂହେଁ ଜମା.. I
ପଚା ସଢ଼ା ମଳ ମୂତ୍ର
ଭାରି ଆଦର ତାହାର
ପ୍ରତିି ବଦଳରେ ଦିଏ
ଶସ୍ୟରେ ଭାରି ଆହାର
ଦଶ ମାସ ସିନା ସିଏ
ଗରଭେ ଧରିନି କାରେ
ଯଶୋଦା ପରି ପାଳଇ
ଯେତେ ପ୍ରାଣୀ ଏ ଧରାରେ
ସଭିଙ୍କ ଅଳି ଅର୍ଦ୍ଦଳି
ମୁଣ୍ଡ ପାତି ସହେ ସିନା..... I
ଜଗତର ହିତ ପାଇଁ
ଗରଭେ ଧରିଛି ଧନ
ରୁଧିର ପରାଏ ଜଳ
ଜୀବ ଜଗତ ଜୀବନ
ତାର ଅସ୍ତି ମଜା ପୁରି
ରହିଛି ଅପାର ଶକ୍ତି
ସମୁହ ଜୀବ ଜଗତ
ଶୋଷଣ କରନ୍ତି ନିତି
ଏତେ ଶକ୍ତି ଥାଇ ସୁଦ୍ଧା
ଗରବେ ଟପିନି ସୀମା .. I
ତା ସହିଷ୍ଣୁତା ଗୁଣ ଆଗେ
ସଭିଏଁ ନଇଁଲେ ମଥା
ସମୀର ଚାମର ଧରି
ହାରିଲା ତା ତନୁ ବ୍ୟଥା
ସୂରୁଜ ଢାଳିଲେ କର
ଦିବସ କରିଲେ ଦୀପ୍ତି
ନିଶି ରେ ଶଶି ବୁଣିଲେ
ଶୀତଳ ଧବଳ ଜ୍ୟୋତି
ଆବୁଦ ସି ଞ୍ଚି ଲେ ଜଳ
ଜଗତ ପୂଜି ଲା ହେମା... I
କୁମୁଦ ଚନ୍ଦ୍ର ଦଲେଇ
