
ବୋଉ ଅଟୁ ତୁ ମୋ ଅତି ଆପଣାର
ଚାଲୁଛି ତ ହାତ ଧରି
ଭୋକ ଲାଗୁ ଥିଲେ ଖୁଆଇ ଦଉଚୁ
କୋଳ ରେ ତୋ ଗେଲ କରି,
ଚାଲୁ ଚାଲୁ ଯଦି ଝୁଣ୍ଟି ପଡେ଼ କେବେ
ବୋଉ ମୋତେ ତୋଳି ନେଉ
ଏ ସଂସାରେ ଯେତେ ଠାକୁର ଅଛନ୍ତି
ସବୁଠୁ ଉଚ ରେ ତୁ ମୋ ବୋଉ
ଏ ପଥ ର ଠାକୁର ପୂଜିବି କାହିଁକି
କଣ ବା ହେବ ବା ମୋର
ଯମ ବି ଆସିଲେ ବାଟ ଛାଡ଼ି ଦେବ
ଯଦି ତୁ ଥିବୁ ସଂଗେ ମୋର
ତୋ ଜୀବନେ କେବେ କଷ୍ଟ ଦେବିନି
ଦେବିନି ତୋ ଆଖିରେ ଲୁହ
ଜନ୍ମ ଜନ୍ମ ଧରି ପୂଜୁ ଥିବି ତୋତେ
ତୋ ପରି ଆଉ କିଏ କହ।
ରୋଗ ରେ ପଡ଼ି ଲେ ଉଜାଗର ରହି
ଆଉଁଶି ଦେଉ ମୋ ମଥା
ତୋରି ହାତ ର ସ୍ପର୍ଶ ମାତ୍ରେ
କମି ଯାଏ ସବୁ ବ୍ୟଥା।
ବୋଉ ର ମମତା ବୋଉ ସ୍ନେହ
ଯଦି ଭୁଲି ଯାଏ କେହି
ଜଗତେ ଅଟେ ସେ ସବୁଠୁ ଅଲଗା
ମୋକ୍ଷ ତା ଜୀବନେ ନାହିଁ।
Sumit Kumar Mohanty
Chandabali, Bhadrak, Odisha, Pin-756133
