
ଶରତ ସୀମାନ୍ତରେ ଚାକିରୀ କରୁଥିବା ଜଣେ ସାଧାରଣ ସୈନିକଟିଏ । ଦୀର୍ଘ ଚାରି ମାସ ଅତିକ୍ରମ କଲା ପରେ ତାକୁ ଛୁଟି ମିଳିଛି କାଶ୍ମୀର ଘାଟିରୁ । ଆନନ୍ଦ ତାର କହିଲେ ନ ସରେ । ମାତୃଭୂମି ସେବାରୁ ଟିକିଏ ଅବସର ମିଳିବା ପରେ ପରିବାର ସହିତ ଦେଖା ମିଳିବ ଏହା ତାର ମନକୁ ଦିଗୁଣିତ କରୁଥାଏ । ସଦା ସର୍ବଦା ବଣ ଜଙ୍ଗଲ ନଦୀ ଝରଣା ପାହଡ ପର୍ବତ ରେ ବୁଲୁଥିବା ଏଭଳି ବୀର ସୈନିକ ଜଣକ ଭୁଲି ଯାଇଥାଏ ତାର ପରିବାର, ମାଆ, ବାପା, କେବଳ ଦେଶ ଚିନ୍ତାରେ, ନିଜ ପାଇଁ ତା ପାଖରେ ସମୟ ନଥାଏ ଭାବିବାକୁ । ଏମିତି ଏକ ସମୟର ପାଦ ଦେଶରେ ଯେତେ ବେଳେ ସିଆଚିନ୍, ବାରମୁଲା, ଲେ ଲଦାକ୍ ଭଳି ସୁ-ଉଚ୍ଚ ବରଫାବୃତ ଅଞ୍ଚଳରୁ ଆଜି ବାହାରି ଆସି ରେଳ ଷ୍ଟେସନରେ ପହଞ୍ଚି ଯାଇଛି । ତା'ର ଆନନ୍ଦର ସୀମା ଆକାଶ ଛୁଆଁ । ସେ ଆଜି ଗାଡି ଚଢି ତାର ଜନ୍ମ ମାଟିକୁ ଫେରୁଛି । ଏଇମିତି ଯିବା ଆସିବା ମଣିଷ ଜୀବନର ଏକ ଯାତ୍ରା । ରାତି ପ୍ରାୟତଃ ଦଶଟା ତିରିଶ ମିନିଟରେ ନୂଆଦିଲ୍ଲୀ ରେଳ ଷ୍ଟେସନ୍ ରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଯାତ୍ରା ଆରମ୍ଭ କରିଥାଏ ଉତ୍କଳ ଅଭିମୁଖେ । ଅନେକ ଦିନ ହେଲା ଶରତ ଓଡ଼ିଆ ଭାଷା ଠୁ ଦୂରରେ ରହିଛି । କେତେବେଳେ ସମୟ ମିଳିଲେ ନିଜ ଘର ଲୋକଙ୍କ ସହିତ କାଁ ଭାଁ କଥା ହୋଇ ଯାଉଥାଏ । ନଚେତ୍ ଏମିତି ଯାଗାରେ ପୋଷ୍ଟିଙ୍ଗ ହୋଇଯାଏ ଯେ ଘର ସହିତ ବେଳେ ବେଳେ ଯୋଗାଯୋଗ ହୋଇପାରେ ନାହିଁ । କେବେ କେବେ ସପ୍ତାହ ଦୁଇ ସପ୍ତାହ ପରେ ଫୋନ୍ ମାଧ୍ୟମରେ ଘର ଲୋକଙ୍କ କଥା କାନରେ ପଡିଥାଏ ଏହି ସଂଚାର ସେବା ମାଧ୍ୟମରେ । ମଣିଷ ଯେତେ ବଡ ଚାକିର କରୁ ପଛେ ହେଲେ ଜନ୍ମ ମାଟିର ମହକ କୁ କେବେ ଭୂଲି ପାରେ ନାହିଁ । ମନରେ ଅସୁମାରି ସ୍ଵପ୍ନ କେତେ ଶିଘ୍ର ଯାଇ ପହଞ୍ଚିବ ଟ୍ରେନ୍ ଜନ୍ମ ମାଟି ଓଡିଶା ପ୍ରଦେଶରେ ।
ଶରତ ଆଖିକୁ ନିଦ ନାହିଁ । ଟ୍ରେନ୍ ଟି ଦିଲ୍ଲୀ ଷ୍ଟେସନ ରୁ ଛାଡିଲା । ଶରତ ଚୁପଚାପ୍ ନିଜ ସିଟ୍ ଏସ୍ ପାଞ୍ଚ ୧୬ ଉପରକୁ ଚଢି ଟିକେ ଆରାମ କରୁ କରୁ । ନିଦ ରେ ତାର ଆଖି ପତା ଦୁଇଟି ପଡିଗଲା । ମନରେ ଭାବୁଥିବା କଥା ସବୁ ତାର ସ୍ବପ୍ନରେ ଦୃଶ୍ୟମାନ ହେଉଥାଏ । ପିଲାଦିନ ଅଭୁଲା ସାଙ୍ଗସାଥୀ । ଡାହି ମାଙ୍କଡ ଖେଳ । ଚିଲିକା ପାଣିରେ ଡଙ୍ଗା ଭସାଇବା ଦୃଶ୍ୟ । ମାଆ କାଳିଜାଇଙ୍କ ପାଖେ ମାଘ ଜନ୍ତାଳର ମଜା । ଫଗୁଣର ଫଗୁ ପର୍ବ । ହାପ୍ ପେଣ୍ଟ ପିନ୍ଧି ସାଇକେଲ ଚକା କୁ କାଠି ରେ ବାଡେଇ ବାଡେଇ ଘିରି ଘିରି ବୁଲିବାର ଦୃଶ୍ୟ । ଏମିତି ଅନେକ ବିତିଯାଇଥିବା ଅନେକ କାହାଣୀ । ରାତି ପାହିଲା ଟ୍ରେନଟି ଏଲ୍ହାବାଦ୍ ସଙ୍ଗମ ଅତିକ୍ରମ କରୁଥାଏ ଯୋର ରେ ବ୍ରିଜର ଶବ୍ଦ ତାର କାନକୁ ବାଜିବା କ୍ଷଣି ହଠାତ୍ ତାର ନିଦ ଭାଙ୍ଗିଗଲା । ଯେଉଁଠି ଗଙ୍ଗା ଯମୁନା ଓ ସରସ୍ଵତୀଙ୍କର ମିଳନ ସ୍ଥଳ । ନିଦ ଭରାଆଖିରୁ ତାର ନିଦ ହଠାତ୍ ନିମିଷକେ ଉଭାଇ ଗଲା । ହିନ୍ଦୁ ଧର୍ମ ହିନ୍ଦୁ ମିଜାଜ୍ ର ହୃଦୟରେ ଭକ୍ତିର ନୈଵେଦ୍ୟ ଗୁଞ୍ଜିବାକୁ ଲାଗିଲା । ଓଁ ମାଆ ସରସ୍ଵତୀ ନମଃ । ଯେଉଁ ପତିତପାବନୀ ଗଙ୍ଗାକୁ ଦେଖିବା ପାଇଁ ଲୋକମାନେ ହଜାର ହଜାର ମାଇଲ ଦୂରରୁ ଆସିଥାନ୍ତି ଏହି ପବିତ୍ର ସଂଙ୍ଗମ ସ୍ଥଳକୁ ତାହା ଆଜି ମୁଁ ଏକାନ୍ତ ଚିତରେ ମନଭରି ଦେଖି ପାରୁଛି କେବଳ ମୋର ପୂଣ୍ୟ ବଳରେ । ସେ ପୁଣି ତାର ଭାବନାରୁ ଫେରି ଯାଇଛି ପବିତ୍ର ମାଟି ମାଆ ପାଇଁ ନିଜର ମନରେ ଭାବିଛି ମୋର ଜନ୍ମ କଲା ମାଆ ଯେତିକି ସେନହମୟୀ ଏହି ପବିତ୍ର ଭାରତ ଭୂମି ସେତିକି ଦୟାମୟୀ । ଯାହା ପାଇଁ ଆଜି ମୁଁ ଦେଶର କୋଣ ଅନୁକୋଣ ଦେଖିବାର ସୌଭାଗ୍ୟ ଅର୍ଜନ କରି ପାରୁଛି ।
କିଛି ଲୋକ ପାଖ ସିଟରେ ବସି ଓଡ଼ିଆ ଭାଷା ରେ କଥା ହେଉଥାନ୍ତି । ଅନେକ ଦିନ ହେଲା ଓଡ଼ିଆ ଭାଷା ନିଜ ସମ୍ମୁଖରେ ନ ଶୁଣି ଥିବାରୁ ତାକୁ ଏତେ ଖୁସି ଲାଗୁଥାଏ ଯେ ଆବାକ୍ ହୋଇ ସେମିତି ଚାହିଁଥାଏ । କିଛି କହିବାକୁ ସାହସ କରୁଥାଏ ହେଲେ କହି ପାରୁନଥାଏ । ସେହି ବଗିରେ ଗୋଟିଏ ଓଡିଆ ଶିକ୍ଷିତ ପରିବାର ସେମାନେ ମଧ୍ୟ ଦିଲ୍ଲୀରୁ ଓଡିଶା ଯାଉଥାନ୍ତି ଜଣେ ମହିଳା ସେମାନଙ୍କ ମଧ୍ୟରୁ ଦେଖିବାକୁ ଖୁବ୍ ଉଚ୍ଚ ଶିକ୍ଷିତ ଲାଗୁଥାନ୍ତି । କଥାବାର୍ତ୍ତା ରୁ ସ୍ପଷ୍ଟ ବାରି ହୋଇ ଯାଉଥାଏ ଜଣେ ବୃଦ୍ଧ ଭିକାରୀ ଭିକ୍ଷା ମାଗି ମାଗି ଆସୁଥାଏ ବୟସ ପାଖାପାଖି ବର୍ଷ ହେବ । ଜୀର୍ଣ୍ଣଶୀର୍ଣ୍ଣ ଶରୀର ଲୋଚାକୋଚା ଚର୍ମ । ମୁଣ୍ଡର କେଶ ସବୁ ପାଚି ଯାଇଥାଏ । ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥାଏ । ଯେତେବେଳେ ସେହି ମହିଳା ଜଣଙ୍କ ପାଖରେ ପହଞ୍ଚିଲା ତାଙ୍କୁ ହାତ ପତାଇ ଗୋଟିଏ ଟଙ୍କା ପାଇଁ ନେହୁରା ହୋଇଥାଏ । ସେହି ମହିଳା ଜଣକ ରାଗିଯାଇ ତୁରନ୍ତ ନିଜ ନାକରେ ଓଢଣୀ ଟିକୁ ନାକରେ ମାଡ଼ି ଦେଇ କହିଲେ କାହିଁକି ତମକୁ ପଇସା ଦେବୁ କାମ ଦାମ କରୁନ ଏମିତି ଭିକ୍ଷା ମାଗିବା ତମର ଗୋଟିଏ ସହଜ ଉପାୟ ବୋଧହୁଏ ଭାବୁଛନ୍ତି । ଏଇମିତି କଥା ଶୁଣି ବୃଦ୍ଧ ଜଣଙ୍କ ତୁରନ୍ତ ତାଙ୍କର ପାଟିରୁ କହି ପକାଇଲେ ମାଆ ଆପଣଙ୍କର ଭଗବାନ ମଙ୍ଗଳ କରନ୍ତୁ । ତା ପେରେ ମୋ ଆଡକୁ ଯେତେବେଳେ ହାତ ବଢାଇଲା ମୁଁ ପକେଟରୁ ତୁରନ୍ତ ପାଞ୍ଚ ଟଙ୍କା ର ଗୋଟିଏ ଭାରତୀୟ ମୁଦ୍ରା ବଢାଇ ଦେଲି । ବୃଦ୍ଧ ଜଣଙ୍କ ହସ ହସ ମୁହଁରେ ମୋତେ କହିଲେ ବାପା ଆପଣଙ୍କର ଜଗନ୍ନାଥ ମଙ୍ଗଳ କରନ୍ତୁ । ଏଇମିତି କହି ଭିକାରୀ ଜଣକ ଆଗକୁ ଆଗକୁ ଆଗେଇ ଗଲା । ମୁଁ ନୀର୍ଭିକ ଭାବରେ ସେମିତି ସେ ବୃଦ୍ଧ ଜଣକୁ ଅନାଇ ରହିଥାଏ । ମୋର ହୃଦୟଟା ଏମିତି ଏକ ଭାବନାରେ ବୁଡ଼ିଗଲା ଯେ, ନିଜେ ନିଜେ ମନେ ମନେ ଭାବିଲି ଏଇ ହେଉଛି ଓଡିଶାର ଲୋକଙ୍କ ବ୍ୟବହାର । ଯିଏ କି ନିଜକୁ ବଡପଣିଆ ଦେଖାଇ ଚାକଚକ୍ୟ ଜୀବନ ବିତାଉଥିବା ମଣିଷ ମାନେ । ଯାହା ପାଇଁ ଦୁଃଖୀଙ୍କ ପାଇଁ ଦରଦୀ ହୃଦୟ ଟିକେ ନଥାଏ । କିନ୍ତୁ ସମସ୍ତ ମଣିଷ ସମାଜ ଏମିତି ନୁହଁନ୍ତି । "ଦୁଇ ଦିନ ଏହି ଦୁନିଆଁର ରଙ୍ଗମଞ୍ଚରେ ମଣିଷ ଜୀବନ ପାଣି ଫୋଟକା ଟିଏ ମାତ୍ର କେତେ ବେଳେ ଯେ ପାଣି ହୋଇ ବହିଯାଇ କେଉଁ ସମୁଦ୍ରରେ ଲୀନ ହେବ ତାହାର କଳନା ନଥାଏ" । ଜୀବନର ମାନେ ନୁହେଁ କେବଳ ନିଜର ଖୁସି । କାହା ପାଇଁ ସେ ଦୁଃଖୀ ମଣିଷର ପଦିଏ କଥା ଭଗବାନ ଆଶୀର୍ବାଦ କରନ୍ତୁ ଚଲାପଥରେ ପୁଷ୍ପ ବୃଷ୍ଟି କରିଦେବ ତ କହା ଚଲାପଥରେ ଲୌହ ପ୍ରାଚୀର ପରି ଦଣ୍ଡାୟମାନ ହୋଇଯିବ । ଏହା ସମୟ କହିବ । ଧନ ଜନ ଯୌବନ ଯେ ଜୁଆର ପାଣି ଭଳି କେବେ କେତେବେଳେ କେଉଁଠିକୁ ବୋହିଯିବ ତାହାର କଳନା କରିବା ମଣିଷ ପକ୍ଷେ ଅସମ୍ଭବ । ତେଣୁ ଓଡ଼ିଆ ର ପବିତ୍ର ଗ୍ରନ୍ଥ ଭାଗବତରେ ଲେଖା ଅଛି "କୀଟ ପତଙ୍ଗ ତରୁ ତୃଣ... ସକଳ ଦେହେ ନାରାୟଣ" ଅନ୍ୟକୁ ଧିକାର କରି କହିବା ଆଗରୁ ନିଜକୁ ଆଗେ ନିଜେ ପରିଖି ଦେଖିବା ଉଚିତ୍ । ନଚେତ୍ ମଣିଷ ପଣିଆରେ ଦାଗ ଲାଗିଯାଏ । ଅନ୍ୟ କୁ ଆଙ୍ଗୁଳି ନିର୍ଦେଶ କରିବା ଆଗରୁ ନିଜେ ଦେଖିନେବା ଉଚିତ୍ ଯେ ମୁଁ ଯଦି ଅନ୍ୟକୁ ଗୋଟିଏ ଅଙ୍ଗୁଳି ଦେଖାଉଛି ମୋ ଆଡକୁ ଆଉ ଚାରୋଟି ଆଙ୍ଗୁଠି ଇର୍ଷା କରୁଛନ୍ତି । ଯାହା କି କ୍ରୋଧ, ଅହଂଙ୍କାର, ଲୋଭ, ମୃତ୍ୟୁ । ଆଉ ମୁଁ ଯେଉଁ ଆଡକୁ ମୋର ଗୋଟିଏ ଆଙ୍ଗୁଠି ଦେଖାଉଛି ମୋ ମଧ୍ୟରୁ ବ୍ରହ୍ମକୁ ଦୂରେଇ ଦେଉଛି ।
ଏଇମିତି ଗୋଟିଏ ରାତି ଆଉ ଗୋଟିଏ ଦିନ ଚାଲିଗଲା ପରେ ଦିନ ସକାଳ ଭୋର ଚାରିଟାବେଳେ ଟ୍ରେନ୍ ଯାଇ ଭୂବନେଶ୍ୱର ରେଳ ଷ୍ଟେସନ ରେ ପହଞ୍ଚି ଯାଇଛି ମୋର ନିଦ ଭାଙ୍ଗି ଯାଇଥାଏ । ଉକ୍ତ ମହିଳା ଜଣଙ୍କ ହାତରେ ଟୁଥ୍ ବ୍ରସ ଧରି ଯାଉଥାନ୍ତି ଦାନ୍ତ ଘସିବା ପାଇଁ ଯେମିତି ସେ ବେସନ ନିକଟର ହୋଇ ଦାନ୍ତ ଘସିବା ଆରମ୍ଭ କରିଛନ୍ତି ଡାହାଣ ଷ୍ଟେସନର ଡାହାଣ ପାଖରୁ ଜଣେ ଯୁବକ ହଠାତ୍ ପଶି ଆସି ମହିଳାଜଣକ ଗଳାରୁ ମଙ୍ଗଳସୁତ୍ର ସହ ସୁନା ଚେନ୍ କୁ ଝାମ୍ପ ମାରି ଅପର ପାର୍ଶ୍ଵକୁ ଡେଇଁ ପ୍ଲାଟଫର୍ମ ୪ର୍ଥ ୫ମ ଆଡକୁ ଚଢିବାକୁ ଚେଷ୍ଟା କରୁଥାଏ । ମହିଳା ଜଣକ ଆତ୍ମ ଚିତ୍କାର ଶୁଣି ଶରତ ତୁରନ୍ତ ସେହି ଦୁଆର ଆଡକୁ ଦୌଡ଼ି ଯାଇ ଦେଖିଲା ଚୋର ଜଣକ ଉପରକୁ ଉଠି ଦୌଡ ବା ପାଇଁ ଆରମ୍ଭ କଲା ଶରତ କାଳ ବିଳମ୍ବ ନକରି ସେହି ଚୋର ଟିକୁ ତୁରନ୍ତ କାବୁ କରି ନିସ୍ତୁକ ମାଡମାରି ମହିଳା ଜଣକ ସୁନା ଆଭୂଷଣ ଫେରାଇ ଦେଲା । ମହିଳା ଜଣଙ୍କ ଶରତକୁ ଧନ୍ୟବାଦ୍ ଦେଲେ । ତୁରନ୍ତ ମୁଁ ମହିଳା ଜଣଙ୍କୁ କହିଲି ଧନ୍ୟବାଦ୍ ତ ଆପଣ ସେ ଭିକାରୀ କୁ ସେଦିନ ଦେବାର ଥିଲା ଯିଏ ଆପଣଙ୍କ ସୁଖ ପାଇଁ ଭଗବାନ ମଙ୍ଗଳ କରନ୍ତୁ ବୋଲି କହିଥିଲେ । ଆପଣ ଗୋଟିଏ ଟଙ୍କା ତାକୁ ଭିକାରୀର ଭିକ୍ଷାର ମୂଲ୍ୟ କୁ ବୁଝି ନଥିଲେ । ମହିଳା ଜଣଙ୍କ ମୋର ପରିଚୟ ପଚାରିଲେ । ମୁଁ ତାଙ୍କୁ ଉତ୍ତର ଦେଇ ବୁଝାଇଦେଲି ଯେଉଁ ମାନଙ୍କ ପାଇଁ ଆଜି ବିଳାସବ୍ୟସନ ଜୀବନ ଯାପନ କରି ସୁଖ ନିଦ୍ରା ଯାଉଛନ୍ତି । ଆଉ ଧନର ଲୋଭରେ ବଶବର୍ତ୍ତୀ ହୋଇ ଭାରତର ସୈନିକ ମାନଙ୍କୁ କହିଥାନ୍ତି ସାଧରଣ ସୈନିକ । ଏବେ ଆପଣ ବୁଝି ଥିବେ କିଏ ସାଧରଣ ଆଉ କିଏ ଅସାଧାରଣ । ଯେଉଁ ସୈନିକ ଦେଶ ସେବା ସହିତ ବାଟ ଘାଟରେ ବି ଦୁଃଖୀ ଦରିଦ୍ରଙ୍କ ର କାମରେ ଆସେ । ଏହି ଯବାନ ଶରତ । ଭାରତ ମାଆର ସୁଯୋଗ୍ୟ ସନ୍ତାନ । ବାଟ ଘାଟ ସବୁଠି ଯିଏ ନିଜକୁ ସମର୍ପିତ କରି ଦେଶ ପାଇଁ ମଧ୍ୟ ଜୀବନ ଦେବାକୁ ପଛାଇ ନଥାଏ । ଜୟ ହିନ୍ଦ୍, ଭାରତମାତାକି ଜୟ... ।
ଅଠରବାଟିଆ, ବାଲୁଗାଁ, ଖୋରଧା
