
ଦୁନିଆ ହାଟରେ ଭରି ରହିଅଛି
ସୁଖ ଦୁଃଖ ରାଗ ରୋଶ
କୁଲାଟିଏ ପରି ପାଛୁଡଇ ଯିଏ
ସିଏ ସିନା ସୁ ପୁରୁଷ
ସତ୍ୟ ପଥେ ସଦା ଚାଲୁଥିବ ନିତି
ନୋହି କେବେ ଭାୟା ତୁର
ଅସତ୍ୟ, ଅଧର୍ମ ପୁଷ୍ପ ଗୁଚ୍ଛ ପଥେ
ନ ଥାପିବି ମୋ ପୟର
ଆଜି ଯିଏ ରାଜା କାଲି ସେ ଫକୀର
ଏହି ଦୁନିଆର ଖେଳ
କାଳର ସ୍ରୋତରେ ଲୁପ୍ତ ହେବ ଦିନେ
ସବୁ ବିତ୍ତ ଅହଂ ବଳ
ଜନ ଦରବାର କଷଟି ପଥର
ମନିଷ ଜୀବନ ପାଇଁ
ସେ ପଥର ଦେହେ ଘଷି ମାଜି ହେଲେ
ଜ୍ଞାନ ର ତେଜ ବଢାଇ
ମଣିଷ ଜୀବନ ଫୁଲର ସମାନ
କଢ ରୁ ଯେସନେ ଫୁଲ
ଫୁଟିଲା ଫୁଲଟି ବାସ ମହକି ଲେ
ତା ମୂଲ ଅମୂଲ ମୂଲ
କୁମୁଦ ଚନ୍ଦ୍ର ଦଲେଇ
