ଭଲଲାଗେ ମୋତେ - ସାହାଣୀ ସଂଜୟ କୁମାର ଧଉଳି

0

ଭଲ ଲାଗେ ମୋତେ
ପହିଲି ବର୍ଷାର  ପହିଲି ଛିଟା,
ଭଲ ଲାଗେ ମୋତେ
ଶୀତ ସକାଳର କାକର ଟୋପା ॥୧॥

ଭଲ ଲାଗେ ମୋତେ    
ଆମ୍ବଡାଳେ  କୋଇଲିର  କୁହୁ,
ଭଲ ଲାଗେ ମୋତେ
ବସନ୍ତ ରୁତୁର ଫୁଲଫଳର ମହକ ମହୁ ॥୨॥

ଭଲ ଲାଗେ ମୋତେ
ଶିଶୁର ଓଠରେ ମୁରୁକି  ହସ,
ଭଲ ଲାଗେ ମୋତେ
ସଜଫୁଟା ଫୁଲ ଓ ସେ ଫୁଲର ବାସ ॥୩॥

ଭଲ ଲାଗେ ମୋତେ 
ଅଜା-ଆଇର ସେ ଗପ ଆଉ କାହାଣୀ,
ଭଲ ଲାଗେ ମୋତେ
ମୋ ଓଡ଼ିଶା ଓ ତା’ ପର୍ବପର୍ବାଣୀ ॥୪॥

ଭଲ ଲାଗେ ମୋତେ
ପୁର୍ଣିମା ରାତିର ସେ ଜହ୍ନ ଯୋଛନା,
ଭଲ ଲାଗେ ମୋତେ
ଭିଜା ମାଟି ଆଉ ନୁଆ ବହିର ବାସନା ॥୫॥

ସାହାଣୀ ସଂଜୟ କୁମାର ଧଉଳି,
ବାଲେଶ୍ଵର,  ମୋ-୯୦୩୬୦୫୫୧୦୫ 

Post a Comment

0Comments
Post a Comment (0)