
ଆରେ ମୋର କହ୍ନେଇ, କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ... (ଘୋଷା)
ଗିରି ଗୋବର୍ଦ୍ଧନ ଟେକିଲୁ ତୁହି
କାଳୀୟ ନାଗକୁ ତଡିଲୁ ଯାଇ
ଧର୍ମରକ୍ଷା ପାଇଁ ଆସୁ ଓଲ୍ଲାଇ
ଆରେ ମୋର କହ୍ନେଇ, କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
ଭାଇବନ୍ଧୁ କିଛି ଲୋଡା ମୋ ନାହିଁ,
ସୁଖକୁ ମୋଠାରୁ ନେଲୁ ଛଡାଇ,
ଭିକାରୀ ବେଶରେ ଦେଲୁ ସଜାଇ,
ଆରେ ମୋର କହ୍ନେଇ, କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
କଳାବଇଁଶୀଟି ଦିଶୁଅଛଇ,
ଛନ୍ଦାଚରଣରେ ମନ ଲାଗଇ,
କାହିଁକି ବଂଚିବି କହ କିମ୍ପାଇ,
ଆରେ ମୋର କହ୍ନେଇ,କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
ଭିକ ମାଗିଥିଲା ସୁଦାମା ଯାଇ,
ଦ୍ବାରେ ଠିଆହେଲା ନିର୍ବାକ୍ ହୋଇ,
କୋଳେଇ ନେଲୁରେ ହେ ଭାବଗ୍ରାହୀ,
ଆରେ ମୋର କହ୍ନେଇ,କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
ଯଶୋଦା ମାତାକୁ ଦେଲୁ ଭଣ୍ଡାଇ,
ରାଧିକା ରାଣୀକୁ ଭୁଲିଲୁ ନାହିଁ,
ଗୋପପୁରବାସୀ ହୋଇଲେ ବାଈ,
ଆରେ ମୋର କହ୍ନେଇ,କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
ଜୀବ ଚାଲିଯାଉ ତୋ ନାମ ଗାଇ,
ଭବୁ ପାରିକର ଜଗତସାଇଁ,
ତୋ ବିନୁ ମୋ ପାଖେ କେହି ତ ନାହିଁ,
ଆରେ ମୋର କହ୍ନେଇ,କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
କଳାବଦନଟି ଦିଶୁଅଛଇ
କୃପାକର ବାରେ ଜଗତସାଇଁ
ରକ୍ଷାକରିବୁ ଆରେ ମୋ କହ୍ନେଇ
ଆରେ ମୋର କହ୍ନେଇ,କଳା କହ୍ନେଇ
ତୋ ଦୁଆରେ ମତେ ନେଇ ଦେ ଗଡାଇ...
ମାନସ ରଞ୍ଜନ ପଟ୍ଟନାୟକ
ସାକ୍ଷୀଗୋପାଳ, ପୁରୀ
ମୋ-୯୦୪୦୭୫୧୪୯୦
