
ସବୁ ପରିସ୍ଥିତିରେ ସମ୍ଭାଳି ରଖିଲି
ପାଖରୁ ଛାଡ଼ିନି ଧନ,
ଆଜି ଯେବେ ମୋର ଆବଶ୍ୟକ ପଡେ
ଭାଙ୍ଗି ଦେଲୁ ମୋର ମନ II
ଚାଲି ଗଲୁ ମୋତେ ଏକୁଟିଆ କରି
କଲୁ କେତେ ହୀନିମାନ,
ଭାବି ବି ନଥିଲି ଆସିବ ଜୀବନେ
ଏମିତିକା ଏକ ଦିନ II
ସ୍ବପ୍ନ ସବୁ ମୋର ଚୁନା ହେଇ ଗଲା
ଆଶା ହୋଇ ଗଲା ପାଣି
କର୍ମକୁ ଆଦରି ହୃଦୟ ବିଦାରି
ଭିଯାଉଛି ଯାହା କାନି II
ଈଶ୍ୱରଙ୍କ ଠାରୁ ଭରସା ତୁଟିଲା
ଆପଣା ନ ହେଲେ ମୋର ,
ଦୁନିଆରେ ଆଉ କାହାକୁ ଭାବିବୁ
ରକ୍ତ ଯେବେ କଲା ପର II
ନିଜ ଅଂଶ ଆଜି ଧ୍ବଂସ କଲା ମୋତେ
ବଂଶ ବୋଲି ଯାକୁ କୁହାଯାଏ ,
ଯାହା ପାଇଁ ଗର୍ବ ଅନୁଭବ କଲି
ଭୁଲି ଗଲା ସିଏ ମୁଁ କିଏ II
